ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଶାୟରୀ ଶାୟରୀ ଚଳଚ୍ଚିତ୍ରର ମୁକ୍ତିଲାଭ ଆସନ୍ତା ଏପ୍ରିଲ୍ ୧୪ରେ

ରାଉରକେଲା/ ମା ଖମ୍ବେଶ୍ବରୀ ଏଣ୍ଟରଟେନମେଣ୍ଟ ଓ ସହର ସେବା ସମିତିର ମିଳିତ ଆନୁକୂଲ୍ୟରେ ଆଜି ହୋଟେଲ ସୋଲାସ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇ କୁହାଯାଇଛି ଯେ ଆସନ୍ତା ଏପ୍ରିଲ୍ ମାସ ୧୪ ତାରିଖ ପଣାସକ୍ରାନ୍ତି ଦିନ ସହରର ଦୁଇଟି ପ୍ରେକ୍ଷାଳୟ ସମେତ ଓଡିଶାର ବିଭିନ୍ନ ପ୍ରେକ୍ଷାଳୟରେ ଓଡ଼ିଆ ସିନେମା ଶାୟରୀ ଶାୟରୀ ମୁକ୍ତିଲାଭ କରିବାକୁ ଯାଉଛି । ସୂଚନା ଯୋଗ୍ୟ ଯେ ଏହି ଚଳଚ୍ଚିତ୍ର ଟି ଛତିଶଗଡି ଭାଷାରେ ନିର୍ମିତ ହୋଇ ଛତିଶଗଡରେ ମୁକ୍ତିଲାଭ କରିବ। ଏ ସଂପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସହର ସେବା ସମିତିର ଆବାହକ ଶୈଳେନ୍ଦ୍ର ମହାନ୍ତିଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ମନୋରଞ୍ଜନ ଦାଶ, କାର୍ଯ୍ୟକାରୀ ସଭାପତି ସୁନିଲ୍ କୟାଲ ଓ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ତଥା ଲେଖକ ରଂଜିତ ମହାନ୍ତି, ନାୟକ ଦୁର୍ଗା ମାଧବ ପଣ୍ଡା, ବରିଷ୍ଠ ଅଭିନେତା ପ୍ରଶାନ୍ତ କୁମାର ପତି ଯୋଗଦେଇ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ଓଡିଆ ଭାଷା, ପରମ୍ପରା ଓ ପ୍ରେମସମ୍ବଳିତ ଏହି ଚଳଚ୍ଚିତ୍ର ଆସନ୍ତା ଏପ୍ରିଲ ୧୪ତାରିଖ ପଣାସକ୍ରାନ୍ତି ଦିନ ରାଉରକେଲା ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପଦର୍ଶିତ ହେବ। ନିଛ୍ଛକ ଓଡିଆର ଏହି ପ୍ରେମକାହାଣୀ କୁ ନେଇ ସୃଷ୍ଟି ହୋଇଥିବା ଏହି ପ୍ରମ ସମ୍ବଳିତ ଚଳଚ୍ଚିତ୍ର ଓଡିଆଙ୍କ ହୃଦୟକୁ ଛୁଇଁବ ବୋଲି ସୂଚନା ଦିଆଯାଇଛି । ଏହି ଚଳଚ୍ଚିତ୍ରରେ ଅଭିନେତା ଦୁର୍ଗାମାଧବ ପାତ୍ର, ପ୍ରିୟଙ୍କା ସାହୁ, ପ୍ରଦ୍ୟୁମ୍ନ ଲେଙ୍କା,ସ୍ବର୍ଗତ ପିଣ୍ଟୁ ନନ୍ଦ, ପ୍ରଶାନ୍ତ କୁମାର ପତି, ଅଳକା ଶତପଥୀ, ଅସିତ ପତି,ଅକ୍ଷୟ ବସ୍ତିଆ, ଜୀବନ ପଣ୍ଡା, ପ୍ରକାଶ ମହାପାତ୍ର, ରଶ୍ମିତା ଜେନା, ଶୁଭଙ୍କରୀ, ରାଜଶ୍ରୀ ପ୍ରହରାଜ, ବ୍ରଜ ସିଂ ପ୍ରମୁଖ ଅଭିନୟ କରିଥିବା ବେଳେ ପ୍ରଯୋଜକ ଭାବେ ରାଜେନ୍ଦ୍ର ପ୍ରସାଦ ପାତ୍ର, କାହାଣୀ ପ୍ରମୋଦା କୁମାରୀ ପାତ୍ର, ସଂଗୀତ ବୈଦ୍ୟନାଥ ଦାଶ, ସଂଳାପ ଚିତ୍ରନାଟ୍ଯ ଓ ନିର୍ଦ୍ଦେଶନାରେ ରଂଜିତ ମହାନ୍ତି,ସଂଗୀତ ନିର୍ଦ୍ଦେଶନାରେ ଡଃ ନିର୍ମଳ ନାୟକ,ଅରୁଣ ମନ୍ତ୍ରୀ ଓ ବାପୁ ଗୋସ୍ବାମୀ, କଣ୍ଠଶିଳ୍ପୀ ଭାବେ ହ୍ୟୁମାନ୍ ସାଗର, କୁମାର ବାପି, ଅସିମା ପଣ୍ଡା, ଅମ୍ରିତା ନାୟକ, ସଞ୍ଜୁ , ଦୀପ୍ତିରେଖା ଓ ଚିତ୍ରତ୍ତୋଳନ ରେ ସୁଦର୍ଶନ ସେନାପତି ତଥା ସଂପାଦନରେ ପିଣ୍ଟୁ ନାୟକ ପ୍ରମୁଖ ନିଜନିଜର ଦାୟିତ୍ୱ ତୁଲାଇଛନ୍ତି। ପ୍ରାରମ୍ଭରେ ସମିତିର ଆବାହକ ଶୈଳେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭିନେତା ପିଣ୍ଟୁ ନନ୍ଦ ଓ ଚାନ୍ଦିପୋଷ ଠାରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଦିବଙ୍ଗତଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଦୁର୍ଗାମାଧବ, ପ୍ରଶାନ୍ତ ପତି ଓ ନିର୍ଦ୍ଦେଶକ ରଂଜିତ ମହାନ୍ତି ଉପସ୍ଥିତ ଥିବାବେଳେ ଆସନ୍ତା ୧୪ ତାରିଖ ଦିନ ରେଲୱେ ନିକଟସ୍ଥ ପିଭିଆର କ୍ରସରୋଡ ମଲ୍ ନିକଟରେ ମୁକ୍ତିଲାଭ କରିବ। ଏହି ଅବସରରେ ଅମିତାଭ ସାମଲ, ସମିତିର ଉପସଭାପତି ପୁଷ୍ପା ଲେଙ୍କା, ୱାଇ ହେମଲତା, ଶଙ୍କର ଜେନା, ଦିଲ୍ଲୀପ ମହାନ୍ତି ବ୍ରଜେନ୍ଦ୍ର ଗୌର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସର୍ଗୀ ଫୁଲ ସମ୍ବଲପୁରୀ ଆଲବମ ସୁଟିଙ୍ଗ ଶେଷ- ଅପଲୋଡ଼ ହେବ ୟୁଟୁବ ଦେଭ ମାନସୀ କ୍ରିଏସନ ର ଅପେକ୍ଷା ରେ 

masiha

ମହମହିମା ରାଜ୍ୟପାଳ ଦେଖିବେ “ଶାନ୍ତି ଆପାର୍ଟମେଣ୍ଟ”

masiha

ଓଡିଆରେ ପ୍ରଥମଥର ପାଇଁ “ଦେବଦାସ” ମ୍ୟୁଜିକାଲ ପ୍ଲେ

Sunil Chandra Nayak

Leave a Comment

error: Content is protected !!