ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳଚେର ବିମଳାଗଡ ରେଳପ୍ରକଳ୍ପର ଅହେତୁକ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚର କ୍ଷୋଭ

ରାଉରକେଲା/ ଦୀର୍ଘ ୬ ଦଶନ୍ଧି ଧରି ଚାଲିଥିବା ତାଳଚେର ବିମଳାଗଡ ରେଳପଥ ନିର୍ମାଣରେ ବହୁ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ କ୍ଷୋଭ ପ୍ରକାଶ କରିଛନ୍ତି । ଦେବଗଡ ଜିଲ୍ଲାର ତୃଟିପୂର୍ଣ୍ଣ ଜମିଜମା ରେକର୍ଡ ଏଦିଗରେ ବାଧକ ସାଜିଥିବା ଜଣାପଡ଼ିଛି । ସମ୍ପ୍ରତି ମୁଖ୍ୟ ଶାସନ ସଚିବ କଳାହାଣ୍ଡି ଜିଲ୍ଲାର ବହୁବିଧ ଉନ୍ନତି ରେ ନିଜର ସ୍ବାକ୍ଷର ଛାଡିଛନ୍ତି। ଏଭଳି ସ୍ଥିତିରେ ଏହି ବହୁ ଦିନର ପ୍ରକଳ୍ପ ଶେଷ ହୋଇପାରିଲେ ଏହା କେବଳ ତାଙ୍କର ଦକ୍ଷତା ନୁହେଁ ବରଂ ରାଜ୍ୟ ସରକାରଙ୍କ ସଫଳ କାର୍ଯ୍ୟ ରେ ଯୋଡିହୋଇପାରିବ। ସୂଚନା ଯୋଗ୍ୟ ଯେ ସୁନ୍ଦରଗଡ ଜିଲ୍ଲାରେ ଜମି ଅଧିଗ୍ରହଣର ସମସ୍ୟା ନଥିବା ବେଳେ ଦେବଗଡ ଜିଲ୍ଲାର ଜଙ୍ଗଲ ଓ ରାଜସ୍ୱ ବିଭାଗ ଜମି ବର୍ଗୀକରଣ ରେକର୍ଡ ତୃଟିପୂର୍ଣ୍ଣ ରହିଛି । ତେଣୁ ଏହାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଦୀର୍ଘ ଦିନର ଦାବି ଓ ଆଶାକୁ ପୂରଣ କରିବା ପାଇଁ ଶ୍ରୀ ରାୟ ଦାବି କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅଣ ଗେଜେଟେଡ଼ ବନସେବା ସମୂହ ଛୁଟି ନେଇ ପ୍ରସ୍ତୁତି ବୈଠକ 

masiha

କୋଇଡାରେ ସିଆଇଟିୟୂ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ 

masiha

ବନ୍ଧୁଗାଁ ବ୍ଲକର ସମସ୍ର ପ୍ରକାର ଶ୍ରମିକ ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମିକଙ୍କ ସୁବିଧା ସୁଯୋଗ ପାଇବାରୁ ବହୁ ପଛରେ

Leave a Comment

error: Content is protected !!