ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳଚେର ବିମଳାଗଡ ରେଳପ୍ରକଳ୍ପର ଅହେତୁକ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚର କ୍ଷୋଭ

ରାଉରକେଲା/ ଦୀର୍ଘ ୬ ଦଶନ୍ଧି ଧରି ଚାଲିଥିବା ତାଳଚେର ବିମଳାଗଡ ରେଳପଥ ନିର୍ମାଣରେ ବହୁ ବିଳମ୍ବ ନେଇ ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ କ୍ଷୋଭ ପ୍ରକାଶ କରିଛନ୍ତି । ଦେବଗଡ ଜିଲ୍ଲାର ତୃଟିପୂର୍ଣ୍ଣ ଜମିଜମା ରେକର୍ଡ ଏଦିଗରେ ବାଧକ ସାଜିଥିବା ଜଣାପଡ଼ିଛି । ସମ୍ପ୍ରତି ମୁଖ୍ୟ ଶାସନ ସଚିବ କଳାହାଣ୍ଡି ଜିଲ୍ଲାର ବହୁବିଧ ଉନ୍ନତି ରେ ନିଜର ସ୍ବାକ୍ଷର ଛାଡିଛନ୍ତି। ଏଭଳି ସ୍ଥିତିରେ ଏହି ବହୁ ଦିନର ପ୍ରକଳ୍ପ ଶେଷ ହୋଇପାରିଲେ ଏହା କେବଳ ତାଙ୍କର ଦକ୍ଷତା ନୁହେଁ ବରଂ ରାଜ୍ୟ ସରକାରଙ୍କ ସଫଳ କାର୍ଯ୍ୟ ରେ ଯୋଡିହୋଇପାରିବ। ସୂଚନା ଯୋଗ୍ୟ ଯେ ସୁନ୍ଦରଗଡ ଜିଲ୍ଲାରେ ଜମି ଅଧିଗ୍ରହଣର ସମସ୍ୟା ନଥିବା ବେଳେ ଦେବଗଡ ଜିଲ୍ଲାର ଜଙ୍ଗଲ ଓ ରାଜସ୍ୱ ବିଭାଗ ଜମି ବର୍ଗୀକରଣ ରେକର୍ଡ ତୃଟିପୂର୍ଣ୍ଣ ରହିଛି । ତେଣୁ ଏହାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଦୀର୍ଘ ଦିନର ଦାବି ଓ ଆଶାକୁ ପୂରଣ କରିବା ପାଇଁ ଶ୍ରୀ ରାୟ ଦାବି କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅର୍ଦ୍ଧ ଦିବସୀୟ ଗାଆଁ ସାଥୀ ଭର୍ଚୁଆଲ ତାଲିମ୍ ଅନୁଷ୍ଠିତ 

Sunil Chandra Nayak

ଛତ୍ତିଶଗଡ଼ ର ହାତୀପଲ ଓଡ଼ିଶା ରେ ପଶି ମକା ଫସଲ କଲା ନଷ୍ଟ 

masiha

ବାଲିପାଟଣା ଗାଁରେ ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

masiha

Leave a Comment

error: Content is protected !!