ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ରକ୍ତଦାନ କରି ମହାନତାର ପରିଚୟ ଦେଲେ କାର୍ଯ୍ୟରତ ପୋଲିସ କର୍ମଚାରୀ 

 ଢେ଼ଙ୍କାନାଳ (ମ ସୀ ହା) ୨୯/୦୩_କିଡ଼ିନ ରୋଗ ଶିକାର ହୋଇଥିବା ଜଣେ ବ୍ୟକ୍ତିକୁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ । ପୋଲିସ୍ ଭାଇ ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ରକ୍ତଦାନ କରିଥିବା ଭାଇ ଜଣକ ହେଉଛନ୍ତି ଗନ୍ଦିଆ ର ବାଇଁଶିଆ ଗ୍ରାମ ର ପ୍ରଫୁଲ୍ଲ କୁମାର ସ୍ବାଇଁ ଙ୍କ ପୁଅ ରାକେଶ କୁମାର ସ୍ବାଇଁ l ସେ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ , ଢେ଼ଙ୍କାନାଳ ଜିଲ୍ଲା ପ୍ରଥମ ପୋଲିସ ବାଟାଲିନ ରେ କାର୍ଯ୍ୟରତ। ସୂଚନା ଅନୁଯାୟୀ , ଭାପୁରର କୋଟବେରେନା ଗ୍ରାମର ସଦାନନ୍ଦ ସେନାପତି ଗତ କିଛି ଦିନ ହେଲା କିଡିନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଡାଆଲିସିସ ପାଇଁ ତାଙ୍କୁ A +ve ପଜିଟିଭ ରକ୍ତର ଆବଶ୍ୟକତା ଥିବା ଡାକ୍ତର କହିବାପରେ ପରିବାର ବର୍ଗ ଚିନ୍ତାରେ ଥିଲେ । ରାକେଶ କୁମାର ସ୍ବାଇଁଙ୍କୁ ଏନେଇ ପରିବାର ବର୍ଗ ଖଵର ଦେଇଥିଲେ । ସେ ରକ୍ତ ଦାନ କରିବା ନିମନ୍ତେ ସ୍ୱତପ୍ରବୃତ ଭାବେ ଢେ଼ଙ୍କାନାଳ ଡାକ୍ତରଖାନାକୁ ଯାଇ ରକ୍ତଦାନ କରିଥିଲେ । ବିପଦ ସମୟରେ ରକ୍ତଦାନ କରି ଶ୍ରୀ ସ୍ବାଇଁ ମଣିଷ ପଣିଆ କୁ ଜାହିର କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଖଡ଼ିଆଳ ରେ ଖୋଲିବ ହେଲ୍ଥ ୱେଲନେସ ସେଣ୍ଟର

Sunil Chandra Nayak

ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ କୃମି ମୁକ୍ତ ଦିବସ ପାଇଁ ତାଲିମ

Sunil Chandra Nayak

ବିଶ୍ବ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଶିବିର , ସଂଗୃହୀତ ହେଲା ୪୨ ୟୁନିଟ୍ ରକ୍ତ

Sunil Chandra Nayak

Leave a Comment

error: Content is protected !!