ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଲ ମଝିରେ ପଡିଛି ମହିଳାଙ୍କ ମୃତ ଦେହ

ବାଲେଶ୍ଵର,୨୯/୩/୨୩- ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଡା ପଞ୍ଚାୟତ ଛତ୍ରପୁରରେ ଘଟିଛି ଘଟଣା । ବିଲ ମଝିରେ ପଡିଛି ମହିଳାଙ୍କ ମୃତ ଦେହ । ଖବର ସଂଗ୍ରହରୁ ଜଣାଯାଇଛି ଯେ ଗତକାଲି ସନ୍ଧ୍ୟାରେ କୁନି ସିଂ ଓ ସ୍ବାମୀ ବୀର ସିଂ ନିକଟ କଳାଶୁଣି ଛକରେ ଥିବା ମଦ ଦୋକାନକୁ ମଦ ପିଇବା ପାଇଁ ଯାଇଥିଲେ । ଅତ୍ଯଧିକ ମଦ୍ୟପାନ ପରେ ଉଭୟଙ୍କ ମଧ୍ୟରେ ମାଡପିଟ ଓ ଝଗଡା ହୋଇଥିଲା, ଯାହା ଦେଖଣାହାରୀ ତଥା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି । ଆଜି(୨୯/୩/୨୦୨୩) ସକାଳେ ବିଲ ମଝିରେ କୁନି ସିଂ(ପ୍ରାୟ ୪୫) ମୃତ ଦେହକୁ କେହିଜଣେ ଦେଖିଲା ପରେ ଖବର ପ୍ରସାରିତ ହୋଇଥିଲା । ଖବରଶୁଣି ଘଟଣା ସ୍ଥଳରେ ଦେଖଣାହାରୀଙ୍କ ଭିଡ ଜମିଥିଲା । ଅତ୍ଯଧିକ ମଦ୍ୟପାନ ହେତୁ ଝଗଡା ଓ ପରେ ଏଭଳି ଘଟଣା ଘଟିଥିବାର ଦେଖଣାହାରୀ ମାନେ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିପୁଳ ପରିମାଣ ର ନକଲି ବିଦେଶୀ ମଦ ଓ ଗୋଟିଏ ବାଇକ ଜବତ ସହ ଦୁଇ ଗିରଫ 

Sunil Chandra Nayak

ଗୋ ଚାଲାଣ ର କେନ୍ଦ୍ର ବିନ୍ଦୁ ସାଜିଛି କଙ୍କଡ଼ାହାଡ଼ ଅଂଚଳ

Sunil Chandra Nayak

ନାବାଳିକାକୁ ପ୍ରେମ ପ୍ରତାରଣା ପରେ ଅପହରଣ ଘଟଣାରେ ଜେଲ ଗଲା ଅଭିଯୁକ୍ତ ଯୁବକ

Sunil Chandra Nayak

Leave a Comment

error: Content is protected !!