ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅକ୍ଷମ ହୋଇ ମଧ୍ୟ ସକ୍ଷମ ଅଟନ୍ତି ଦୁଇ ଭାଇ ଓ ମା ଭିନ୍ନକ୍ଷମ,ଜମି ବନ୍ଧାକରି ଦୋକାନ କରି ପରିବାର ପ୍ରତିପୋଷଣ କରିଛନ୍ତି

ନବରଙ୍ଗପୁର ( ମ ନି ସ)- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମକିଆ ପଂଚାୟତ ଅନ୍ତର୍ଗତ ବାମୁନି ଗାଁର ବୈଦି ଭତରାଙ୍କ ବଡ଼ପୁଅ ଗଣେଷ ଭତରା ଓ ସାନପୁଅ ତୁଳସୀ ଭତରା ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମ ସେମାନେ।ଦୁଇ ଭାଇ କେବେ କାହା ଆଗରେ ହାତ ପତାଇ ନାହାନ୍ତି,କି କାହାଠୁ କେବେ କିଛି ମାଗଣା ପାଇବାର ଆଶା କରି ନାହାନ୍ତି,କଷ୍ଟକରି ନିଜ ଗୋଡ଼ରେ ନିଜେ ଛିଡା ହୋଇ ପରିବାରର ସମ୍ପୁର୍ଣ୍ଣ ଦାଇତ୍ୱ ନିଜେ ଚଳାଉଛନ୍ତି।ଏହି ଦୁଇଭାଇ ଏବେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି !ଦୁଇଭାଇ ଭିନ୍ନକ୍ଷମ ଅଟନ୍ତି । ବଡ ପୁଅ ଗଣେଶ ଭତରା ପିଲାବେଳେ ଗାଡ଼ି ଦୁର୍ଘଟନା ରେ ବାମହାତ ହରାଇଥିବା ବେଳେ ସାନପୁଅ ତୁଳସୀ ଭତରା ଜନ୍ମରୁ ଭିନ୍ନକ୍ଷମ , ଠିକ ଭାବେ ଗୋଡ଼ ଅଛି ନା ଦୁଇଟି ହାତ ଠିକ ଅଛି, ଆଶା ବାଡ଼ି ସାହାଯ୍ୟରେ ଘୁଷୁଡି ହୋଇ ଆଗକୁ ବଢୁଛନ୍ତି । ଦୁଇ ପୁଅ ଛୋଟ ଥିବା ସମୟରେ ୮ ବର୍ଷ ପୂର୍ବେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା । ଏହାପରେ ଅନେକ ଦୁଃଖକଷ୍ଟ ସହି ମାଆ ବୈଦି ଭତରା ପୁଅ ମାନଙ୍କୁ ବଡ଼ କଲା ସିନା ଭିନ୍ନକ୍ଷମ ଦୁଇପୁଅ ଚାଷ କରିପାରିବେ ନା କୁଲିମଜୁରୀ କରିପାରିବେ କେମିତି ଦୁଇଭାଇ ଚଳିବେ ଏହାକୁ ନେଇ ଚିନ୍ତାରେ ଥିଲେ ବୈଦି । ଦୁଇ ପୁଅ ଶାରୀରିକ ଦୃଷ୍ଟି କୋଣରୁ ଭିନ୍ନକ୍ଷମ ହେଲେବି କଷ୍ଟ ପଡି ରୋଜଗାର କରିବାର ସେମାନଙ୍କ ଦ୍ରୁଢ଼ ମାନସିକତା ସେମାନଙ୍କୁ ସ୍ୱାବଲମ୍ବୀ କରିପାରିଛି। ନିଜ ଭାଗରେ ଥିବା ୫୦ ଡିସିମିଲି ଚାଷଜମିକୁ ୨୦ ହଜାର ଟଙ୍କାରେ ବନ୍ଧକ ରଖି ବାମୁନି ଗାଁ ମଝିରେ ଦୁଇ ଭାଇ ମିଶି ଏକ ଛୋଟିଆ ଦୋକାନ ଟିଏ କରିଛନ୍ତି । ସାନ ଭାଇ ତୁଳସୀ ତାଙ୍କ ମାମୁଙ୍କ ମାଇକ ସେଟକୁ ବାହା ଘର,ବ୍ରତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ନେଇକି ଯାଉଛି ଏହାଦ୍ୱାରା ଗୋଟିଏ କାର୍ଯ୍ୟକ୍ରମକୁ ୨ ଶହ ଟଙ୍କା ରୋଜଗାର କରୁଛି। ଏହିଭଳି ପରିଶ୍ରମ କରି ଦୁଇଭାଇ ମିଶି ପରିବାର ଚଲାଉଛନ୍ତି । ଆଜିକାଲି ଅନେକ ଯୁବକ ବିନା ପରିଶ୍ରମରେ ଟଙ୍କା ଉପାର୍ଜନ କରିବାର ପନ୍ଥା ଖୋଜୁଥିବା ବା ଇଜି ମନିର ଚକ୍କରରେ ଭୂଲ ବାଟରେ ଯାଉଥିବା ବେଳେ ଏହି ଦୁଇ ଭିନ୍ନକ୍ଷମ ଭାଇ ମାନେ ଆଜିର ଯୁବପିଢି ପାଇଁ ଏକ ଉଦାହରଣ ଅଟନ୍ତି । ଦୁଇ ଭାଇ ଗାଁ ବିଦ୍ୟାଳୟରେ ପାଠ ପଢୁଥିଲେ ବଡଭାଇ ଗଣେଶ ସପ୍ତମ ପଢି ପାଠ ଛାଡି ଦେଇଥିବା ବେଳେ ସାନଭାଇ ତୁଳସୀ ନବମ ପଢି ଅଧାରୁ ପାଠ ଛାଡ଼ିଦେଇଛି । ଦୁଇ ଭାଇ ଛୋଟ ଥିବା ସମୟରେ ବାପାଙ୍କ ଦେହାନ୍ତ ହୋଇଯିବାରୁ ଦୁଇଭାଇଙ୍କ ପାଠ ଅଧାରେ ରହିଗଲା। ଗଣେଶ ଓ ତୁଳସୀ ଦୁଇଭାଇଙ୍କ ମାଆ ବୈଦି ଭତରା ମଧ୍ୟ ଜଣେ ଭିନ୍ନକ୍ଷମ ମହିଳା, ତେଣୁ ଛୋଟ ବେଳଠୁ ଦୁଇଭାଇଙ୍କୁ ତାଙ୍କ କାନ୍ଧରେ ପରିବାରର ୫ ଜଣ ସଦସ୍ୟଙ୍କ ପ୍ରତିପୋଷଣର ଗୁରୁ ଦାଇତ୍ୱ ମୁଣ୍ଡାଇବାକୁ ପଡିଥିଲା । ସରକାରୀ ସହାୟତା କହିଲେ ମାଆ ବୈଦି ଓ ଦୁଇଭାଇଙ୍କୁ ମାସିକ ୫ ଶହ ଟଙ୍କା ଭତ୍ତା ଏବଂ ମୁଣ୍ଡ ପିଛା ୫ କିଲୋ ହିସାବରେ ୨୫ କିଲୋ ଚାଉଳ ମିଳୁଛି, କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ଯୋଜନାରେ ଘର ଖଣ୍ଡେ ମଧ୍ୟ ମିଳିପାରିନାହିଁ ।

ଦୁଇ ଭିନ୍ନକ୍ଷମ ଭାଇ ନିଜ ଚେଷ୍ଟା ଓ ପରିଶ୍ରମରେ ସ୍ୱାବଲମ୍ବୀ ହୋଇପାରିଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଯୋଗାଇ ଦିଆଯାଇ ପାରିନାହିଁ,ସରକାର କିମ୍ବା ଜିଲ୍ଲା ପ୍ରଶାସନ ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଯୋଜନାରେ ଦୁଇ ଭାଇଙ୍କୁ କିଛି ଆର୍ଥିକ ରାଶି ଯୋଗାଇ ଦେଲେ ନିଜ ବ୍ୟବସାୟକୁ ବୃଦ୍ଧି କରିଥାନ୍ତେ ବୋଲି ଆଶା କରିଛନ୍ତି ଗ୍ରାମାଞ୍ଚଳ ରେ ଭଦ୍ରବ୍ୟକ୍ତି ମାନେ ଏହି ଗରୀବ ଅସହାୟ ପରିବାରକୁ ପ୍ରଶାସନ ଦ୍ଵାରା ସହାୟତା ପାଇଁ ଅନୁରୋଧ ବ୍ୟକ୍ତ କରିଛନ୍ତି।ପରିବାରର ତିନିଜଣ ଭିନ୍ନକ୍ଷମକୁ ସରକାରୀ ସହାୟତା କେବେ ମିଳିବ ଦେଖିବାକୁ ବାକି ରହିଲା।

ନବରଙ୍ଗପୁର ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ 

Related posts

ମହୁଲଡିହାରେ ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଜତ ଜୟନ୍ତୀ ଶୁଭାରମ୍ଭ

masiha

ନିଆଁ ରେ ପୋଡି ହୋଇ ଗର୍ଭବତୀ ମହିଳା ଗୁରୁତର 

Sunil Chandra Nayak

ଓଷ୍ଟା ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ 

masiha

Leave a Comment

error: Content is protected !!