ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ସମାଜସେବୀ ଅର୍ଜୁନ ଚାନ୍ଦ ବିୟୋଗ

ନର୍ଲା/ମସିହା /29/03/23 // କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳ ର ବରିଷ୍ଠ ସମାଜସେବୀ, ଶିକ୍ଷାବିତ୍ତ, ରାଜନୀତିଜ୍ଞ ଅର୍ଜୁନ ଚାନ୍ଦ ନିଜ ବାସଭବନରେ ଅପରାହ୍ନ 3.30 ସମୟରେ ମୃତ୍ୟୁ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା l ଗତ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ଶଯ୍ୟାଶାୟୀ ଥିଲେ l ସେ ନର୍ଲା ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ଥିଲେ l ତାଙ୍କ ପ୍ରଚେଷ୍ଟା ରେ ନର୍ଲା ଅଞ୍ଚଳ ରେ ଶିକ୍ଷା କ୍ଷେତ୍ରରେ ଅନେକ ଉନ୍ନତି ସହ ଅନେକ ସାମାଜିକ କାର୍ଯ୍ୟକଳାପ ସହ ଜଡିତ ଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ,ପାଞ୍ଚ ପୁଅ ଓ ପାଞ୍ଚ ଝିଅ ସମେତ ଆତ୍ମୀୟ ସ୍ୱଜନ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଖବର ପ୍ରସାରିତ ହେବା ପରେ ନର୍ଲା ର ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଯୁବ ସମାଜ ସେବୀ ସାରଦା ପ୍ରସନ୍ନ ସ୍ୱାଇଁ (ବାବୁଲି )ପୂର୍ବତନ ସରପଞ୍ଚ ଥବିରାମ ବୁଦ୍ଧିଆ, ଓଜେୟୁ ନର୍ଲା ଶାଖା, ନର୍ଲା ବ୍ଲକ ସରପଞ୍ଚ ସଂଘ ଗଭୀର ଶୋକ ପ୍ରକାଶ କରିଛନ୍ତି l

ନର୍ଲା ରୁ ଦୀପକ ଠାକୁରଙ୍କ ରିପୋର୍ଟ 

Related posts

ସୁନ୍ଦରଗଡ ଲେଖକ ସାମୁଖ୍ଯର ମାସିକ ସାହିତ୍ଯ ଆସର

Sunil Chandra Nayak

୬୦ ନମ୍ବର ଜାତୀୟ ରାଜପଥର ପୁନସୀତା ନିକଟରେ ସଡ଼କ ଦୁର୍ଘଟଣା ୨ ଗୁରୁତର

masiha

ଜିଲ୍ଲା ଯୋଜନା କମିଟି ବୈଠକ 

Sunil Chandra Nayak

Leave a Comment

error: Content is protected !!