ପାପଡାହାଣ୍ଡି,29/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ମହାକୁମା ବସଷ୍ଟାଣ୍ଡ ନିକଟ ଚେକ ଗେଟ ନିକଟରେ ବୁଧବାର ଏକ ଗଛ ପଡି ଦୁଇଟି ଘର ସହ ଏକ ଦୋକାନ ଭାଙ୍ଗି ନଷ୍ଟ ହୋଇଯାଇଛି | ଘର ଗୁଡିକ ଟୁନି ହରିଜନ ଓ ସୁରଜିତ ସିଂ ଙ୍କର ଓ ଦୋକାନଟି କୈଳାଶ ପାଇକଙ୍କ ର ବୋଲି ଜଣା ପଡିଛି | ତେବେ ଦୀର୍ଘ ଦିନ ଧରି ଆମ୍ବ ଗଛଟିର ମୂଳ ପଚି ନଷ୍ଟ ହୋଇ ବିପଦ ପୁର୍ଣ ଭାବେ ଠିଆ ହୋଇ ରହିଥିଲା | ଅପରାହ୍ନରେ ହଟାତ ଗଛଟି ମୂଳରୁ ଭାଙ୍ଗି ଘର ଓ ଦୋକାନ ଉପରେ ପଡି ଯାଇଥିଲା | କିନ୍ତୁ ଏଥିରେ କାହାର କ୍ଷତି ହୋଇନାହିଁ |ଖବର ପାଇ ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଗଛ କାଟି ଛନ୍ତି | ନିକଟରେ ଜନ ଗହଳି ସବୁବେଳେ ରହୁଥିବା ବେଳେ ଏବେବି ବହୁତ ବିପଦ ସଂକୁଳ ଅବସ୍ଥାରେ ପୁରୁଣା ଗଛ ଗୁଡିକ ରହିଛି | ଯାହା ଅଗାମି ଦିନରେ କିଛି ବି ଜନ ଜୀବନ ପ୍ରତି ବିପଦ ଘଟାଇ ପାରେ |
previous post