ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛ ପଡି 2 ଘର ସହ ଦୋକାନ ନଷ୍ଟ, ଅଳ୍ପକେ ବର୍ତ୍ତିଲେ ଲୋକେ

ପାପଡାହାଣ୍ଡି,29/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ମହାକୁମା ବସଷ୍ଟାଣ୍ଡ ନିକଟ ଚେକ ଗେଟ ନିକଟରେ ବୁଧବାର ଏକ ଗଛ ପଡି ଦୁଇଟି ଘର ସହ ଏକ ଦୋକାନ ଭାଙ୍ଗି ନଷ୍ଟ ହୋଇଯାଇଛି | ଘର ଗୁଡିକ ଟୁନି ହରିଜନ ଓ ସୁରଜିତ ସିଂ ଙ୍କର ଓ ଦୋକାନଟି କୈଳାଶ ପାଇକଙ୍କ ର ବୋଲି ଜଣା ପଡିଛି | ତେବେ ଦୀର୍ଘ ଦିନ ଧରି ଆମ୍ବ ଗଛଟିର ମୂଳ ପଚି ନଷ୍ଟ ହୋଇ ବିପଦ ପୁର୍ଣ ଭାବେ ଠିଆ ହୋଇ ରହିଥିଲା | ଅପରାହ୍ନରେ ହଟାତ ଗଛଟି ମୂଳରୁ ଭାଙ୍ଗି ଘର ଓ ଦୋକାନ ଉପରେ ପଡି ଯାଇଥିଲା | କିନ୍ତୁ ଏଥିରେ କାହାର କ୍ଷତି ହୋଇନାହିଁ |ଖବର ପାଇ ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଗଛ କାଟି ଛନ୍ତି | ନିକଟରେ ଜନ ଗହଳି ସବୁବେଳେ ରହୁଥିବା ବେଳେ ଏବେବି ବହୁତ ବିପଦ ସଂକୁଳ ଅବସ୍ଥାରେ ପୁରୁଣା ଗଛ ଗୁଡିକ ରହିଛି | ଯାହା ଅଗାମି ଦିନରେ କିଛି ବି ଜନ ଜୀବନ ପ୍ରତି ବିପଦ ଘଟାଇ ପାରେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୁମ୍ଭାରମୁଳି ପଞ୍ଚାୟତ ଗ୍ରାମ ସଭାରେ ହଟ୍ଟଗୋଳ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ନେଇ ସରପଞ୍ଚଙ୍କୁ ଘେରିଲେ ଗ୍ରାମବାସୀ    

masiha

ଓଡିଶା ସେବାରତ୍ନ ସମ୍ମାନ-୨୦୨୫  ବ୍ରାଇଟ ଓଡିଶା ପକ୍ଷରୁ ୩୫ ଜଣଙ୍କୁ ପୁରସ୍କାର ପ୍ରଦାନ 

Sunil Chandra Nayak

ବିଶ୍ୱ ବନ ଦିବସ ଓ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ 

masiha

Leave a Comment

error: Content is protected !!