ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଙ୍କ ବଳୀ ଦାନ ଦିବସ ପାଳିତ

ନବରଙ୍ଗପୁର ତା ୨୯/୦୩(ମସିହା) ଅବିଭକ୍ତ କୋରାପୁଟ ଜିଲ୍ଲାର ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକ ଙ୍କ ବଳୀ ଦାନ ଦିବସ ଜିଲ୍ଲାପ୍ରଶାସନ ତରଫରୁ ପାଳନ କରାଯାଇଛି। ଏହି ଅବସରରେ ସହୀଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଅଧକ୍ଷ ପୌରପରିଷଦ ନବରଙ୍ଗପୁର କୁନୁ ନାୟକ,ଡଃ ବିଜୟ କୁମାର ମିଶ୍ର, ନିର୍ବାହୀ ଅଧିକାରୀ ପୌରପରିଷଦ ନବରଙ୍ଗପୂର୍ ପ୍ରାଣନାଥ ସେଠ୍, ଯୋଗଦେଇ ଶହୀଦଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଟିତ ସ୍ମୃତ ଚାରଣ ସଭାରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଡକ୍ଟର ମିଶ୍ର, ସହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଚାରଣ କରି କହିଲେ ଦେଶ ପାଇଁ ନିଜ ମା ମାଟି ପାଇଁ ଇଂରେଜ ସରକାର ବିରୁଦ୍ଧରେ ସେ ଭାରତର ସ୍ଵାଧୀନତା ପାଇଁ ଲଢେଇ କରି ଫାଶୀ ଖୁଣ୍ଟ ରେ ଝୁଲି ଥିଲେ । ନିଜ ଦେଶ, ମା ମାତୃକା ପାଇଁ ସେ କରିଯାଇଥିବା ତ୍ୟାଗ ଓ ବଳିଦାନ କୁ କେହି ଭୁଲି ପାରିବେନି, ସେ ସବୁଦିନ ପାଇଁ ଅମର ହୋଇ ରହିବେ ବୋଲି କହି ମହାନ୍ ଆତ୍ମା ଙ୍କ ପ୍ରତୀ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ। ଏହି କାର୍ଯ୍ୟକ୍ରମକ କୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ପରିଚାଳନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଶାନ୍ତି ଶକ୍ତି ଭବନରେ ନଶାମୁକ୍ତ ଭାରତ–ବିକଶିତ ଭାରତ’ ଅଭିଯାନ ଉଦଘାଟିତ 

Sunil Chandra Nayak

ଜିଲ୍ଲା ସ୍ତରିୟ ନିଯୁକ୍ତି ମେଳା ଅନୁଷ୍ଠିତ

masiha

ଏକ ଦିବସୀୟ ଗଳ୍ପକଥନ କର୍ମଶାଳା ଓ ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!