ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି -୨୯/୦୩/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ,ଏଣୁ ଅଷ୍ଟମ ପାସ ପରେ ନବମ ଶ୍ରେଣୀ ଅନ୍ୟ ବିଦ୍ୟାଳୟ କୁ ଯାଇ ପଢ଼ି଼ିବାକୁ ପଡେ ଛାତ୍ରଛାତ୍ରୀ ଙ୍କୁ। ଏଣୁ ଏହି ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଏ ବି ଇ ଓ ରମେଶ ଟାକ୍ରୀ ,ସମ୍ମାନିତ ଅତିଥି ଭାବେ ସି ଆର ସି ସି ପ୍ରମୋଦା ସାମଲ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଚପଳା ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋପନ ନାୟକ ସଭାପତିତ୍ୱ କରିଥିଲେ। ଆଜି ଅଷ୍ଟମ ଶ୍ରେଣୀ ର 21ଜଣ ଛାତ୍ରଛାତ୍ରୀ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷୟତ୍ରୀ ରୀତା ବେହେରା ,ମମତା ପାଣିଗ୍ରାହୀ , ଅର୍ଚ୍ଚନା ପଟ୍ଟନାୟକ , ଶିକ୍ଷକ ହରେକୃଷ୍ଣ ଭତ୍ରା, ହିରଣ୍ୟ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ। ରାଜ୍ୟ ସରକାର ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ସହିତ ଆଜୀବନ ସମ୍ପର୍କ ର ସୂତ୍ରରେ ବାନ୍ଧିବା ପାଇଁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ର ବିକାଶ ପ୍ରକ୍ରିୟା ସହ ସଂଶ୍ଲିଷ୍ଟ କରିଛନ୍ତି ବୋଲି ମୁଖ୍ୟଅତିଥି ମତ ରଖିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

NAC ତାଲିକାରୁ ଖଇରା ବାଦ୍, ଦୃଢ ନିନ୍ଦା କଲେ ଯୁବନେତା ଇଂ. ରାଜେଶ ମୋହକୁଡ 

masiha

ପ୍ରବଳ ଗ୍ରୀଷ୍ମରୁ ପକ୍ଷୀ ମାନଙ୍କର ଜୀବନ ବଞ୍ଚାଇବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସ୍ୱତନ୍ତ୍ର ପ୍ରୟାସ 

ଟାଟା ପାଓ୍ବାର ଦ୍ବାରା ପ୍ରତାରିତ ହେଉଛନ୍ତି ବିଦ୍ୟୁତ କର୍ମଚାରୀ , ସମସ୍ୟାର ସମାଧାନ ନେଇ ଜଣାଇଲେ ୧୧ଦଫା ଦାବି , ଦାବି ପୁରଣ ନହେଲେ ଆନ୍ଦୋଳନର ଚେତାବନୀ

Leave a Comment

error: Content is protected !!