ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି -୨୯/୦୩/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ,ଏଣୁ ଅଷ୍ଟମ ପାସ ପରେ ନବମ ଶ୍ରେଣୀ ଅନ୍ୟ ବିଦ୍ୟାଳୟ କୁ ଯାଇ ପଢ଼ି଼ିବାକୁ ପଡେ ଛାତ୍ରଛାତ୍ରୀ ଙ୍କୁ। ଏଣୁ ଏହି ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଏ ବି ଇ ଓ ରମେଶ ଟାକ୍ରୀ ,ସମ୍ମାନିତ ଅତିଥି ଭାବେ ସି ଆର ସି ସି ପ୍ରମୋଦା ସାମଲ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଚପଳା ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋପନ ନାୟକ ସଭାପତିତ୍ୱ କରିଥିଲେ। ଆଜି ଅଷ୍ଟମ ଶ୍ରେଣୀ ର 21ଜଣ ଛାତ୍ରଛାତ୍ରୀ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷୟତ୍ରୀ ରୀତା ବେହେରା ,ମମତା ପାଣିଗ୍ରାହୀ , ଅର୍ଚ୍ଚନା ପଟ୍ଟନାୟକ , ଶିକ୍ଷକ ହରେକୃଷ୍ଣ ଭତ୍ରା, ହିରଣ୍ୟ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ। ରାଜ୍ୟ ସରକାର ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ସହିତ ଆଜୀବନ ସମ୍ପର୍କ ର ସୂତ୍ରରେ ବାନ୍ଧିବା ପାଇଁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ର ବିକାଶ ପ୍ରକ୍ରିୟା ସହ ସଂଶ୍ଲିଷ୍ଟ କରିଛନ୍ତି ବୋଲି ମୁଖ୍ୟଅତିଥି ମତ ରଖିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଶ୍ରୀଧର ସ୍ମୃତି ଜ୍ଞାନବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର

Sunil Chandra Nayak

ପଞ୍ଚାୟତ ସମିତି ବୈଠକରୁ ବାଛନ୍ଦ ହୋଇ ସରପଞ୍ଚ,ସମିତି ସଭ୍ୟଙ୍କ ଅନଶନର ଦ୍ଵିତୀୟ ଦିନରେ ଵ୍ଲକ କାର୍ଯ୍ୟାଳୟ ଅଚଳ

masiha

ବାଲିଗୁଡା ରେ ପାରମ୍ପରିକ ଖାଦ୍ୟ ମେଳା:   ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି

masiha

Leave a Comment

error: Content is protected !!