ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ କର୍ମଶାଳା

ଜୟପାଟଣା:୨୯/୦୩/ରାଜ୍ୟର ବିକାଶ କ୍ଷେତ୍ରରେ ସମବାୟ ଅନୁଷ୍ଠାନ ଗୁଡିକ କୃଷି କ୍ଷେତ୍ରରେ ପ୍ରମୁଖ ଭୂମିକା ଲିଭାଇ ଆସୁଛନ୍ତି । କୃଷକ ମାନଙ୍କର ଆର୍ଥିକ ଓ ସାମାଜିକ ବିକାଶରେ ସଂସ୍ଥା ଗୁଡିକ ଅବଦାନ ବିଶେଷ ସହାୟକ ହୋଇପାରିଛି । ଏ ପରିପ୍ରେକ୍ଷୀରେ ରାଜ୍ୟ ବ୍ୟାପି କୃଷି କର୍ମଶାଳାମାନ ଅନୁଷ୍ଠିତ ହେଉଛି । କଳାହାଣ୍ଡି ଜିଲ୍ଲା ଅଧିନସ୍ଥ ଜୟପାଟଣା ପ୍ରାଥମିକ କୃଷି ସମିତି ଲିଃ ଦ୍ୱାରା ପଞ୍ଚାୟତ ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆଜି ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଜୟପାଟଣା ପେକ୍ସ ସଭାପତି ଜିତେନ୍ଦ୍ର ନାରାୟଣ ସିଂଦେଓ,ଡି ଆର ସି ଏସ ପ୍ରମୋଦ ସାହୁ,ବ୍ୟାଙ୍କ ମ୍ୟାନେଜର ସୁବାସ ଚନ୍ଦ୍ର ଶତପଥୀ,ସାମ୍ବାଦିକ ଶେଷଦେବ ବେହେରା,ଅର୍ଜ୍ଜୁନ ପଟ୍ଟନାୟକ, ଆତ୍ମା କମିଟି ସଭାପତି ଶୈଳେନ୍ଦ୍ର ରାଜ,ଦିଲ୍ଲୀପ ରାଉତ,ମିନିକେତ ପୁଝାରୀ, ପ୍ରଶାନ୍ତ ମୁଣ୍ଡ,ପ୍ରବୀର ବେହେରା,ଶୁସିଲ ନାଏକ ତଥା ସମବାୟ ସମିତିର ସମସ୍ତ ଅଧିକାରୀ ତଥା ଅନେକ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ । ସମବାୟ ସମିତିର ସେକ୍ରେଟାରୀ ଅବିନାଶ ପଣ୍ଡା ଉପସ୍ଥିତ ସମସ୍ତ ସଭା ସଜ୍ଜନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁଧାକର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।ଆଜି ବାନେର ପେକ୍ସରେ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ଉଚ୍ଚତମ ନ୍ୟାୟାଳୟଙ୍କ ଆରକ୍ଷଣ ବିରୋଧୀ ଆଦେଶ ବିରୁଦ୍ଧରେ ଭାରତ ବନ୍ଦ ଜୁନାଗଡ଼ ରେ ସମ୍ପୂର୍ଣ ସଫଳ

masiha

ନିଲାବାଡି ପଞ୍ଚାୟତ ନିର୍ବାହୀ ଅଧିକାରୀ ନ ଥିବାରୁ ଘୁମୁରା ଗାଁରେ ପିଇବା ପାଣି ବିଲ୍ ପୈଠ ନହେବା ଯୋଗୁଁ ବିଜୁଳି କାଟ, ପାଣି ପାଇଁ ୧୬୦ ପାରିବାର ହନ୍ତସନ୍ତ

masiha

କଳାନିଧି ପୁରସ୍କାର ପାଇଲେ ସିନେ ଅଭିନେତା କୁମାର ନାୟକ

masiha

Leave a Comment

error: Content is protected !!