ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସତ୍ୟ ସିଂ ବାଗ ଙ୍କ କବିତା = ପୁରୁଷୋତ୍ତମ ଶ୍ରୀରାମ

ପୁରୁଷୋତ୍ତମ ଶ୍ରୀରାମ

 

   ସତ୍ୟ ସିଂ ବାଗ

କୌଶଲ୍ୟା ନନ୍ଦନ ତୁମେ
ଦଶରଥ ସୁତ
ଅଯୋଧ୍ୟା ବାସୀଙ୍କର
ପ୍ରିୟ ଭାବ ମିତ !!
ସତ୍ୟ ନିଷ୍ଠା ଧର୍ମଗ୍ରହୀ
ରାଜା ସର୍ବୋତ୍ତମ
ଶାସନ ତୁମ ରାଇଜର
ଅତୁଳନୀୟ ଅନନ୍ତ ପୁରୁଷୋତ୍ତମ !!
ପିତୃସତ୍ୟ ରକ୍ଷା ଲାଗି
ବନେ କଲ ସମାଗମ
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ……
ପାଷାଣ ରୁ ଅହଲ୍ୟା କୁ
କଲ ହେ ମୁକତି
ନାଭିକର ନାଁ ରେ ପାରିହଇ
ତୁମେ ଭାରିଦେଲ ସୁନାରୁପାମୋତି !!
ସୀତା ଲକ୍ଷ୍ମଣ କୁ ନେଇ
ରହିଲ ପଞ୍ଚବାଟୀ ବନେ
ସେଠାରେ ମାତା ସୀତା ଚୋରି
ହେଲା ବହୁଦୁଃଖ ତୁମ ମନେ !!
ପିତୃସତ୍ୟ ରକ୍ଷା ଲାଗି
ବନେ କଲ ସମାଗମ
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ……
ବୁଲି ବୁଲି ଘୋର ବନେ
ଖୋଜିଲ ମାତା ସୀତା କୁ
ଜଟାପକ୍ଷୀକୁ ଭେଟି ବୁଝି
ଦାହ କଲ ତା ଶବକୁ !!
ହନୁକୁ ଭେଟି ସୁଗ୍ରୀବ ସହ
ଅତିପ୍ରିୟ ଭାବେ ହେଲ ହେ ମିତ
ବାଲିକୁ ନାଶୀ କିସକିନ୍ଧ୍ୟା କୁ
ନିଜ ମିତକୁ କରାଇଲ ହାତ !!
ପିତୃସତ୍ୟ ରକ୍ଷା ଲାଗି
ବନେ କଲ ସମାଗମ
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ……
ତୁମ ନାମ ଜପି ରାମବାଣ ବନି
ଲଙ୍କାକୁ ଉଡି ହନୁମାନ
ସୀତାଠାବକରି ଲଙ୍କା ଜଲାଇଲେ
ତୁମ ସରଣେ ପଶିଲେ ଭିବିଷଣ !!
କେତେକେତେ ଅସୁର ରାବଣ
କୁ ତୁମେ କଲ ହେ ନାଶ
ପାପୀ ମୁହାପାପୀ ସଂଶାରୁ
ତରନ୍ତି କରିତୁମ ନାମ ଘୋଷ !!
ପିତୃସତ୍ୟ ରକ୍ଷା ଲାଗି
ବନେ କଲ ସମାଗମ
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ……

ଗ୍ରା/ପୋ – ତେରେସିଂହା

ଭାୟା – ରିଷିଡା

ଜି – କଳାହାଣ୍ଡି

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା – ନନ୍ଦିଘୋଷରେ ନନ୍ଦ ନନ୍ଦନ

Sunil Chandra Nayak

ଡ଼ା. ଦେବୀ ପ୍ରସାଦ ମିଶ୍ର ଙ୍କ ଗୋଟିଏ ସନେଟ : ଦୁର୍ଘଟଣା : ଜଗନ୍ନାଥ

ନନ୍ଦିନୀ ରାଉତ ଙ୍କ କବିତା = ବାପାଙ୍କ ଜନ୍ମଦିବସ ଉପଲକ୍ଷେ

masiha

Leave a Comment

error: Content is protected !!