ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରତାପ କେଶରୀ ସାହୁ ଙ୍କ କବିତା = ଶ୍ରମିକର ଅନ୍ତର୍ଦାହ

  ଶ୍ରମିକର ଅନ୍ତର୍ଦାହ

ଅନ୍ୟର ଉପକାର ପାଇଁ 
ଶ୍ରମ କରଇ ଦିବା ନିଶି ।
ପାରିଶ୍ରମିକ କମ୍ ପାଏ
ତାହାର ମୂଲ୍ୟ କିଏ ଦିଏ ?
ସହରେ ବଡ ବଡ କୋଠା
ନବ ନଗର ହୁଏ ଗଢା ।
ନିର୍ମାଣ କରେ ଲମ୍ବା ପଥ
ତା ତୁଲେ କିଏ ସାମରଥ ।
ମନ୍ଦିର ମସ୍ଜିଦ ନିର୍ମାଣି
ସୁନ୍ଦର କରଇ ଅବନି ।
ସମାଜ ପାଇଁ ଦୁଃଖ ସହେ
ବିଦୃପ ନିନ୍ଦା ଗାଲି ପାଏ ।
ମନ ତା ଅଟଇ ଉତ୍ତମ
କର୍ମକୁ ମଣଇ ଧରମ ।
ଏହା ବିଚାରି କରେ କାମ
ମୁଖରେ ସଧିର ବଚନ ।
କାରଖାନାରେ କେତେ ବେଳେ
କ୍ଷେତରେ କୃଷକଙ୍କ ମେଳେ ।
ସବୁଠି ତା’ର ଉପସ୍ଥିତି
ଖଟଇ ନିତି ଦିବା ରାତି ।
ବିକଶେ ସୁଜଳା ଶ୍ୟାମଳା
ନବିନ ଉତ୍ଥିତ ସୁଫଳା ।
ତାହାର ଗୁଣ ଟି ଅପାର
ଲୋକଙ୍କ ମଧ୍ୟେ ଅଟେ ସାର ।

ପ୍ରତାପ କେଶରୀ ସାହୁ

( ଶିକ୍ଷକ)

ପଲମ,ନର୍ଲା,କଳାହାଣ୍ଡି

Related posts

ସତ୍ୟ ସିଂ ବାଗ ଙ୍କ କବିତା = ପୁରୁଷୋତ୍ତମ ଶ୍ରୀରାମ

Sunil Chandra Nayak

ସିତାଂଶୁ ଜେନା ଙ୍କ କବିତା//ପ୍ରଭାମୟୀ ରାତ୍ରୀ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ ରମ୍ୟ ରଚନା // ଇଏ କି ପ୍ରକାର ସ୍ଵାଧୀନତା??

Sunil Chandra Nayak

Leave a Comment

error: Content is protected !!