ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ କବିତା = ଶ୍ରୀରାମ ନବମୀ

 ଶ୍ରୀରାମ ନବମୀ

କବିସୌରଭ କୈଳାଶଚନ୍ଦ୍ର ବେହେରା

ପ୍ରଭୁ ଶ୍ରୀରାମ , ପୁରୁଷୋତ୍ତମ ,
               କୌଶଲ୍ୟାଙ୍କର ନନ୍ଦନ ,
ତ୍ରେତା ଯୁଗରେ , ଅବତାରରେ ,
               ଧରାରେ ଅବତୀର୍ଣ୍ଣ ,
ହେ ରାମ , ଧରାରେ ଅବତୀର୍ଣ୍ଣ ।୧
ପିତାଙ୍କ ସତ୍ୟ , ପାଳିବା ପାଇଁ ,
                 ବନ ଗମନ କଲ ,
ଅଳି କରିଲେ , ସୀତା ଲକ୍ଷ୍ମଣ ,
                 ସଙ୍ଗରେ ତାଙ୍କୁ ନେଲ ,
ହେ ରାମ , ସଙ୍ଗରେ ତାଙ୍କୁ ନେଲ ।୨
ପଞ୍ଚବଟିରେ , ଥିବା କାଳରେ ,
                 ଲଙ୍କାର ଦଶାନନ ,
ଛଦ୍ମ ବେଶରେ ସୀତାଙ୍କୁ ନେଇ ,
                 ରଖେ ଅଶୋକ ବନ ,
ହେ ରାମ , ରଖେ ଅଶୋକ ଵନ ।୩
ସୁଗ୍ରୀବ ସାଥେ ମଇତ୍ର ବାନ୍ଧି ,
                 ବାଳିକୁ ବଧ କଲ , 
ହନୁମାନଙ୍କୁ , ପଠାଇ ଲଙ୍କା ,
                 ସୀତାଙ୍କୁ ଠାବ କଲ ,
ହେ ରାମ , ସୀତାଙ୍କୁ ଠାବ କଲ।୪
ହନୁ ମାଙ୍କଡ଼ , ନେଇ ବାନ୍ଧିଲ ,
                 ସେତୁ ମହୋଦଧିରେ ,
ରାବଣ ସାଥେ କରି ସମର ,
                 ମାରିଲ ସବ°ଶରେ ,
ହେ ରାମ, ମାରିଲ ସବ°ଶରେ ।୫
ଅଯୋଧ୍ୟା ଆସି , ପ୍ରଜାମାନଙ୍କୁ ,
              ପାଳିଲ ସ୍ନେହ ଦେଇ ,
ରାତିରେ ବୁଲି , ଖବର ନିଅ ,
              ବେଶକୁ ବଦଳାଇ ,
ହେ ରାମ , ବେଶକୁ ବଦଳାଇ ।୬
ତୁମ ଆଦର୍ଶ , ରାଜ୍ୟ ଶାସନ ,
              ଶ୍ରେଷ୍ଠ ଏ ଜଗତରେ ,
ମାନବ ଜନ୍ମୁ , କର ଉଦ୍ଧାର ,
               ନମୁଛୁ ଶ୍ରୀପୟରେ ,
ହେ ରାମ , ନମୁଛୁ ଶ୍ରୀପୟରେ ।୭

ବାଲିଗୁଡ଼ା , କନ୍ଧମାଳ

Related posts

ଜାନକୀ ମହାନ୍ତ ଙ୍କ କବିତା = କଳାଜହ୍ନ ର ମହାସ୍ନାନ

ରଞ୍ଜିତ କୁ ସାହୁ ଙ୍କ କବିତା = ଅସ୍ଥାୟୀ ମନର ସ୍ଥାୟୀ କଳ୍ପନା

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା l l ସ୍ମୃତିରେ ସ୍ମୃତିରେ ୨୦୨୨ l l

Sunil Chandra Nayak

Leave a Comment

error: Content is protected !!