ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଶ୍ରୀରାମ ନବମୀ

ଶ୍ରୀରାମ ନବମୀ

ମାନଗୋବିନ୍ଦ ସ୍ବାଇଁ

ରାମ ନାମ ଶଦ୍ଦ ମୋ ପାଇଁ ସଂପଦ
      ପାପ ତାପ ଯାଏ ହରି
ରାମ ନାମ ଜପି ରତ୍ନାକର ହେଲା
    ସଂସାର ହୋଇଲା ପାରି।
ଅଯୋଧ୍ୟା ନରେଶ ପିତୃସତ୍ୟ ପାଳି
     ଗଲେ ନିଶ୍ଚେ ବନବାସ
ଅଯୋଧ୍ୟା ଆସନ ଶୂନ୍ୟ ପଡି ଥିଲା
     ମଂଥରା ନୀତି ପ୍ରବେଶ।
ଭାଇ ଭାଇ ଭାବ ନିବିଡ଼ ସେନେହ
     ଅଯୋଧ୍ୟା ଯେ ଥିଲା ପୁରୀ
ଚଉଦ ବରଷ କଠଉ ପୂଜା ରେ
     ଭରତ ପ୍ରତୀକ୍ଷା କରି।
ରାମଙ୍କୁ ବସାଇ ଶାସନ ଗାଦିରେ
    ଅଯୋଧ୍ୟା ଉତ୍ସଵ ପର୍ବ
ପ୍ରଜାଗଣ କୁହେ ରାବଣ ପାଖରେ
    ନୁହେଁ ସୀତାସତୀ ଗର୍ବ।
ରାବଣ ନିଧନ ଶ୍ରୀଲଙ୍କା ଧ୍ବଂସ ରେ
    ଦେବୀସୀତା ଯେ ଉଦ୍ଧାର
ହନୁମାନ ବୀର ଶ୍ରୀରାମ ଭକତ
     ହୋଇଲା ବାଣୀ ପ୍ରଚାର।
ରାମ ଯେ ଚରିତ୍ର କଲେ ତାକୁ ପାଠ
      ପାପ ତାପ ନିଶ୍ଚେ ନଷ୍ଟ
ପବିତ୍ର ହୋଇବ ଭକ୍ତି ମାର୍ଗ ପୁଣି
      ଜୀବନ ହୋଇବ ଶ୍ରେଷ୍ଠ।
ରାମ ନାମ ଜପ ଛାଡ଼ି ଯିବ ପାପ
     ରାମ ମର୍ଯ୍ୟାଦା ପୁରୁଷ
ଡାକୁ ରତ୍ନାକର ଉଦ୍ଧାର ପାଇଲେ
      ଯୁଗକୁ ଦେଲେ ସନ୍ଦେସ।
ଶ୍ରୀରାମ ନବମୀ ମଙ୍ଗଳ କାମନା
     ଗୋବିନ୍ଦ ଯେ ଲେଖି ପଦ
ପାଠ କରି ଭାଇ ମୁକ୍ତିଲାଭ ମିଳେ
      ମିଳିବ ନିଶ୍ଚେ ଆନନ୍ଦ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ପ୍ରତାପ କେଶରୀ ସାହୁ ଙ୍କ କବିତା l l ନୂଆଁ ବରଷ ୨୦୨୩ l l

Sunil Chandra Nayak

ରଜ ଭାଗବତ

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା = ପବିତ୍ର ଅକ୍ଷୟ ତୃତୀୟା

Sunil Chandra Nayak

Leave a Comment

error: Content is protected !!