ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁପଗାଁ ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

କୋକସରା,୨୯/୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁପଗାଁ ଗ୍ରାମ ପଞ୍ଚାୟତରେ ସୋମବାର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ପ୍ରତି ପଞ୍ଚାୟତରେ ହିତାଧିକାରୀଙ୍କୁ ଦୁଆର ମୁହଁରେ ସେବା ଓ ସମସ୍ୟାର ସମାଧାନ ପାଇଁ ଏହି ଶିବିର ଆୟୋଜନ କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ଫୁପଗାଁ ପଞ୍ଚାୟତ ସରପଞ୍ଚ ଗଜାନନ ପୁଝାରିଙ୍କ ସଭାପତିତ୍ୱ ରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦେଇ ହିତାଧିକାରୀଙ୍କ ବିଭିନ୍ନ ଅଭିଯୋଗ ଶୁଣିବା ସହ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଜିପିଇଓ ନାରାୟଣ ଭୋଇ,ବିଏସଏସଓ ଦୀପକ ବେହେରା , ବିଏଓ ରାକେଶ ରଞ୍ଜନ ମାଝୀ, ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ଏଫଇଓ ଲଳିତ ମହାନନ୍ଦ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିପିଡ଼ିଏସ, ଭତ୍ତା, କୃଷି, ରାସ୍ତାଘାଟ, ଜମି ମରାମତି ସମସ୍ୟା ନେଇ ଆସିଥିବା ହିତାଧିକାରୀଙ୍କ ଅଭିଯୋଗ ଶୁଣିବା ସହ ଅଭିଯୋଗ ଶୀଘ୍ର ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜାଫେଦ ନାଗ, ଜିଆରଏସ ଦିଶାନ୍ତ ବାଗ, ଯୋଗାଣ ସହାୟିକା ଗୀତାଞ୍ଜଳି ବେମାଲ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଶେରଗଡ଼ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳନ 

Sunil Chandra Nayak

ରେଳବାଇ ବୋର୍ଡ଼ର ସଦସ୍ୟ ଡ଼ଃ ସୁବାସ ଲେଙ୍କା ଙ୍କ ଝାରସୁଗୁଡ଼ା ରେଳ ଷ୍ଟେସନ ନୀରିକ୍ଷଣ

Sunil Chandra Nayak

ବସ୍ତା ବିଦ୍ୟୁତ୍ ଡିଭିଜନ ରେ ଲାଇନ୍ ମ୍ୟାନ ଦିବସ ପାଳିତ

masiha

Leave a Comment

error: Content is protected !!