ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହିତା ମହିଳାଙ୍କ ଆତ୍ମହତ୍ୟା ଘଟଣା..ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ସ୍ବାମୀଙ୍କୁ କୋର୍ଟଚାଲାଣ

ଲାଞ୍ଜିଗଡ଼,୨୯/୦୩( ମ ନି ସ)-ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ପାହାଡ଼ପଦର ପଞ୍ଚାୟତ ବୋରପଦର ଗାଁରେ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିବା ଘଟଣାରେ ଆଜି ଅଭିଯୁକ୍ତ ସ୍ବାମୀକୁ କୋର୍ଟଚାଲାଣ କରାଯାଇଛି ! ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ଯିବାକୁ ପଡ଼ିଛି ! ରବିବାର ଦିନ ବୋରପଦର ଗାଁର ମଣ୍ଟୁ ଦୁର୍ଗାଙ୍କ ପତ୍ନୀ ମାନସୀ ନିଜ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ! ଅଭିଯୋଗ ପରେ ବିଜେପୁର ଥାନା ଦାୟିତ୍ବରେ ଥିବା ଲାଞ୍ଜିଗଡ଼ ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କ ନେତ୍ରୁତ୍ବରେ ପୁଲିସ ବଳ ଶବ ଜବତ କରି ତଦନ୍ତ କରିବା ସହ ବ୍ୟବଚ୍ଛେଦ ପରେ ମ୍ରୁତ ଯୁବତୀଙ୍କ ବାପାକୁ ଶବ ହସ୍ତାନ୍ତର କରିଥିଲେ ! ଘଟଣାର ଗୁରୁତ୍ବ ଦ୍ରୁଷ୍ଟିରୁ ସେତେବେଳେ ଭବାନୀପାଟଣା ପୁଲିସ ମୁଖ୍ୟାଳୟରୁ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିଥିଲେ ! ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଆତ୍ମହତ୍ୟା ହୋଇଥିବା ସ୍ପଷ୍ଟ ହୋଇଥିଲେ ହେଁ ସ୍ବାମୀଙ୍କ ସହିତ କଳିଝଗଡ଼ାରୁ ମାନସୀ ଆତ୍ମହତ୍ୟା କରିଥିବା ପୁଲିସ ପାରିପାର୍ଶ୍ବିକ ତଦନ୍ତରୁ ଜାଣିବାକୁ ପାଇଥିଲା ! ଏପରିକି ମଣ୍ଟୁର ଅତ୍ୟାଚାରରେ ମାନସୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବାବେଳେ ମାନସୀଙ୍କୁ ଆତ୍ମହତ୍ୟା କରିବାକୁ ମଣ୍ଟୁ ଉସୁକାଇଥିବା ତଥ୍ୟ ଓ ପ୍ରମାଣ ପୁଲିସ ହାତରେ ଲାଗିଥିଲା ! ଫଳରେ ବିଜେପୁର ଓ ଲାଞ୍ଜିଗଡ଼ ପୁଲିସ ପକ୍ଷରୁ ମଣ୍ଟୁକୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି ! କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ମଣ୍ଟୁକୁ ଜେଲ୍ ଯିବାକୁ ପଡ଼ିଛି ! ତେବେ ମାଆର ଆତ୍ମହତ୍ୟା ଓ ବାପକୁ ଜେଲ୍ ହେବା ପରେ ସେମାନଙ୍କର ଦେଢ଼ବର୍ଷର ନିଷ୍ପାପ ପୁଅ ଏବେ ସଂପୂର୍ଣ୍ଣ ବେସାହାରା ହୋଇପଡ଼ିଛି ! ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ଥାନା ବଡ଼ପଡ଼ାର ମାନସୀ ନାମକ ଯୁବତୀ ପାହାଡ଼ପଦର ପଞ୍ଚାୟତ ବୋରପଦର ଗାଁର ମଣ୍ଟୁଙ୍କୁ ଭଲ ପାଇ ଦୁଇବର୍ଷ ତଳେ ପ୍ରେମବିବାହ କରିଥିଲେ ! ତେବେ କୌଣସି କାରଣକୁ ନେଇ ମାନସୀ ଆତ୍ମହତ୍ୟା କରିଥିଲେ ! ଏହାପରେ ମ୍ରୁତ ଯୁବତୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିି ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ କରି ଥାନାର ଦ୍ବାରସ୍ତ ହୋଇଥିଲେ ! ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ! ମଣ୍ଟୁକୁ ପଚରାଉଚୁରା କରିବା ପାଇଁ ଥାନାରେ ଅଟକ ରଖାଯାଇଥିଲା ! ଏନେଇ ଲାଞ୍ଜିଗଡ଼ ଥାନାରେ କେସ୍ ନଂ ୦୭/୦୨୩ ଦଫା ୩୦୬ରେ ମାମଲା ରୁଜୁ କରାଯାଇ ଆଜି ଅଭିଯୁକ୍ତ ସ୍ବାମୀକୁ କୋର୍ଟଚାଲାଣ କରାଯାଇଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

Big Achievement by GUNPUR police

masiha

ପୋଲିସଙ୍କ ଦ୍ୱାରା ଚଢାଉ ୧୬୦ ଲିଟର ମଦ ଜବତ

Sunil Chandra Nayak

ବେଆଇନ ମଦ କାରବାର ନେଇ ମହିଳାଙ୍କୁ ବାନ୍ଧିଲା ଅବକାରୀ ବିଭାଗ

masiha

Leave a Comment

error: Content is protected !!