ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ, କ୍ଷତିପୂରଣ ମିଳିବା ପରେ ହଟିଲା ରାସ୍ତା ଅବରୋଧ

କୋକସରା,୨୯/୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ମହାଜନଗୁଡା ଗାଁ ର ରୁଦ୍ର ପ୍ରସାଦ ବେଶ୍ରାଙ୍କ ପୁଅ ମହେନ୍ଦ୍ର ବେଶ୍ରା(୨୦) ର ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ ହୋଇଥିଲା। ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଜଗନ୍ନାଥ ଟେକ୍ସ ଟାଇଲ କମ୍ପାନୀରେ ଆଜିକୁ ୩ ମାସ ତଳେ କାମ କରିବାକୁ ଯାଇଥିଲେ । ସେଠାରେ ସନ୍ଦେହ ଜନକ ମୃତ୍ୟୁ ପରେ କମ୍ପାନୀ ପକ୍ଷରୁ ଶବ ବ୍ୟବଚ୍ଛେଦ ପରେ ମୃତକ ଯୁବକଙ୍କ ଶବକୁ ଆମ୍ବୁଲାନ୍ସରେ ଗାଁକୁ ପଠାଇଥିବା ବେଳେ ମଙ୍ଗଳବାର ଶବ ପହଞ୍ଚିବା ପରେ କ୍ଷତିପୂରଣ ଓ ନ୍ୟାୟ ଦାବିରେ ପରିବାର ପକ୍ଷରୁ ମହାଜନଗୁଡା ଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୋକସରା ତହସିଲଦାର ଦେବବ୍ରତ କରାଟି, ଆମପାଣି ଓ କୋକସରା ଥାନା କର୍ମଚାରୀ ପହଞ୍ଚି ରାସ୍ତା ଅବରୋଧରୁ ଓହରି ଯିବାପାଇଁ ଆଲୋଚନା କରିଥିଲେ। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ଉଦ୍ୟମ କ୍ରମେ କମ୍ପାନୀର ମାଲିକ ସହ ଫୋନରେ ଯୋଗାଯୋଗ କରି ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ କମ୍ପାନୀ ୬୦ ହଜାର, ବ୍ଲକ ଉପାଧ୍ୟକ୍ଷ ୫ ହଜାର ଓ କାଉଡୋଳା ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଆର୍ଥିକ ସହାୟତା କରିବା ସହ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି। ତେବେ ସକାଳ ୮ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ମସିହା ନିଉଜ ସର୍ଭିସ୍ 

Related posts

ଆଧାର କାର୍ଡ ଅପଡେଟ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଵତନ୍ତ୍ର କ୍ୟାମ୍ପ 

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ଜିଲ୍ଲାରେ ୮,୫୨,୩୩୨ ବା ୯୯.୩୦ପ୍ରତିଶତ ମତଦାତାଙ୍କୁ ପରିଗଣନା ଫର୍ମ ବିତରଣ

Sunil Chandra Nayak

Leave a Comment

error: Content is protected !!