ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାନେର କୃଷି ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ବାନେର ପ୍ରାଥମିକ କୃଷି ସେବା ସମବାୟ ସମିତି ଆନୁକୁଲ୍ୟରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ବାନେର ସେବା ସମବାୟ ସମିତି ପରିସର ରେ ଅନୁଷ୍ଠିତ ହୋଇଯାଇଛି। ବାନେର ପ୍ରାଥମିକ କୃଷି ସେବା ସମବାୟ ସମିତି ସଭାପତି ରାଧାକାନ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆରମ୍ଭ ହୋଇଥିବା କର୍ମଶାଳା ରେ ସମ୍ମାନିତ ଅତିଥି ଭାବେ ଜୟପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ସୁବାଷ ଚନ୍ଦ୍ର ଶତପଥୀ, ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ, ଉପ ସଭାପତି ଜ୍ୟୋତ୍ସ୍ନା ମୟୀ ରଣା, ବାନେର ସମିତି ସଭ୍ୟ ଅନନ୍ତ ପଟ୍ଟନାୟକ, ବାନେର ସରପଞ୍ଚ ଗୌତମ ମାଝୀ ବ୍ୟାଙ୍କ୍ ସୁପରଭାଇଜର ଗରିବ ଚନ୍ଦ୍ର ଲହଜଲ,ପ୍ରମୂଖ ଯୋଗଦେଇ କୃଷି ଓ କୃଷକ ର ବିକାଶ ନିମନ୍ତେ ସରକାରଙ୍କ ସୁଦୂରପ୍ରସାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। ସମିତିର ସମ୍ପାଦକ ଉଦିତ କୁମାର ରାଉତ ରୁଣ ନେଇ ଠିକ୍ ସମୟରେ ପରିଶୋଧ କରି ସରକାରୀ ଯୋଜନା ର ଫାଇଦା ହାସଲ ପାଇଁ ଆହ୍ଵାନ ଦେଇଥିଲେ। ଯୁବ ଚାଷୀ ମନୋଜ ପାତ୍ର ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ|ସେବା ସମବାୟ ର ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ମାନେ ଅକ୍ଲାନ୍ତ ପରିଶ୍ରମ କରି କର୍ମଶାଳା ଟିକୁ ସଫଳ କରିଥିବା ବେଳେ କର୍ମଶାଳା ରେ ବହୁ ସଂଖ୍ୟାରେ ଚାଷୀମାନେ ଯୋଗ ଦେଇଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ପ୍ରତିକାର କୁ ନେଇ ଜନସଚେତନତା

masiha

ନବରଙ୍ଗପୁର ରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ

ନବ ବର୍ଷ ଉପଲକ୍ଷେ ଡାଲଗୁମା ଠାରେ ଘୁମୁରା ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!