ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରଦ୍ଧା ଓ ଭକ୍ତିର ସହିତ ଶ୍ରୀରାମ ନବମୀ ପାଳିତ

ରାୟଗଡା /ଅମ୍ବାଦଳା, ରାୟଗଡ଼ା ଜିଲ୍ଲା ମୁନିଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ଅମ୍ବାଦଳା ଓ ରାୟଗଡା ସୋଦର ମୋହକୁମା ରେ ଭଗବାନ ଶ୍ରୀରାମଚନ୍ଦ୍ର ଙ୍କ ଜନ୍ମମହାମହୋତ୍ସବ ପ୍ରବଳ ଉତ୍ସାହ ଓ ଆଡମ୍ବର ସହକାରେ ପାଳନ କରାଯାଇଛି। ସର୍ବ ପ୍ରଥମେ ଆଜି ପୂର୍ବାହ୍ନ ରେ ରଘୁକୂଳତିଳକ ରାମଚନ୍ଦ୍ର ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଅମ୍ବାଦଳା ପାଇକ ସାହି ସ୍ଥିତ ଶ୍ରୀ ରାମ ଛକରେ ଥିବା ବରଅଶ୍ବସ୍ତ ଯୁଗଳ ବୃକ୍ଷ ମୂଳରେ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁଙ୍କ ଏକ ଭବ୍ୟ ଫଟୋ ରେ ଶ୍ରୀ ବିଜୟ ମିଶ୍ର ଙ୍କ ପୌରହିତ୍ୟ ଓ କର୍ତ୍ତା ଶ୍ରୀ/ଶ୍ରୀମତୀ ଶ୍ରୀକାନ୍ତ ପ୍ରଧାନୀ ଭଗବାନଙ୍କ ଆବାହନ କରିଥିଲେ।ଏହାପରେ ଶ୍ରୀ ରାମ ଙ୍କ ଷୋଡ଼ଶପୋଚାର ପୂଜା, ଅଷ୍ଟତୋରଶତନାମାବଳି ପଠନ,ଏକଶତ ଆଠ ଆହୁତି, ଆଳତୀ ଓ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ପୂଜାବିଧି ସମାପନ କରାଯାଇଥିଲା।ଏହାପରେ ସମସ୍ତ ଭକ୍ତଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ପ୍ରସାଦ ସେବନ କରିଥିଲେ।ଏହି କାର୍ଯ୍ୟକ୍ରମ ଅମ୍ବାଦଳା ପାଇକ ସାହି ର ବଜରଙ୍ଗ ଦଳର ସଦସ୍ୟ ଓ ଅମ୍ବାଦଳା ସ୍ଵୟଂସେବକ ସଂଘର ପ୍ରତ୍ୟକ୍ଷ ତତ୍ବାବଧାନରେ ସଂଘଠିତ ହୋଇଥିଲା।ଏହାପରେ ପୂଜନୋସ୍ଚବ ରେ ଉପସ୍ଥିତ ଥିବା ବଜରଙ୍ଗ ଦଳ ଓ ସ୍ଵୟଂସେବକ ସଂଘର କାର୍ଯ୍ୟକର୍ତ୍ତା ଅମ୍ବାଦଳା ଜଗନ୍ନାଥ ମନ୍ଦିର ନିକଟରୁ ଦୁଇଚକିଇଯାନ ଶୋଭାଯାତ୍ରା ରେ ବାହାର କରିଥିଲେ।ଏହାପରେ ସନ୍ଧ୍ୟା ପାଞ୍ଚଘଣ୍ଟା ସମୟରେ ଶହଶହ ପୁରୁଷ ମହିଳା ଭକ୍ତଙ୍କ ସମାଗମ ହେବା ଶହ ବାଜା କୀର୍ତ୍ତନ ର ତାଳେତାଳେ ଜୟ ଶ୍ରୀରାମ ନାରାଦେଇ ସହର ପରିକ୍ରମା କରିଥିଲେ। ଅମ୍ବାଦଳା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସୁନ୍ଦର ଓ ବ୍ୟବସ୍ଥିତ କରାଯାଇଥିବା ଲକ୍ଷ କରାଯାଇଥିଲା।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ମହିମା ଗ୍ରାମରେ ଚୈତ୍ର ଯାତ୍ରା, ଘଟ ରୁପରେ ଦର୍ଶନ ଦେଲେ ତିନି ଦେବୀ

Sunil Chandra Nayak

ବାର୍ଷିକୀ ଶ୍ରାଦ୍ଧ ଦିବସରେ ଜମିଲା ସତସଙ୍ଗ ର ଆସର

masiha

Vishwakarma Puja Celebrated with Grandeur at IMFA, Therubali

Sunil Chandra Nayak

Leave a Comment

error: Content is protected !!