ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର କାଳୀନ ସମ୍ବର୍ଦ୍ଧନା

ଡାବୁଗାଁ, ୩୦/୩ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଡାବୁଗାଁ ପଞ୍ଚାୟତ ଅଧୀନ ଉମୁରହାଣ୍ଡି ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ଅନୁଷ୍ଠିତ ହୋଇଥିଲା | ଏଥିରେ ଉକ୍ତ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟାନନ୍ଦ ପ୍ରଧାନ ଚଳିତ ମାସ ୩୧ ତାରିଖ ଦିନ ଅବସର ଗ୍ରହଣ କରିବେ | ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଯୋଗ ଦେଇ ଅବସର ନେବାକୁ ଯାଉଥିବା ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟାନନ୍ଦ ପ୍ରଧାନଙ୍କୁ ଉତ୍ତୋରୀୟ ଓ ପୁଷ୍ପଗୁଛ ସହ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଉକ୍ତ ସଭାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁଧିଷ୍ଠୀର ମାଝି, ଶିକ୍ଷୟତ୍ରୀ ଶୁଭସ୍ମିତା ପାଢୀ, ସଙ୍ଗୀତା ବିଶ୍ଵାଳ, ଶୁଭସ୍ମିତା ସାହୁ, ରଶ୍ମିତା ମାଝି, ଶିକ୍ଷକ ଶିବରାମ ବେହେରା ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉତ୍କଳ ସମ୍ମିଳନୀ,ନବରଙ୍ଗପୁର ଶାଖା ତରଫରୁ ୮୮ତମ ଓଡିଶା ଦିବସ ତଥା ଉତ୍କଳ ଦିବସ ପାଳନ

Sunil Chandra Nayak

ତେନ୍ତୁଳିଖୁଣ୍ଟି ର ଅଖିଳ ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମ ର ରାଜ୍ୟ ନିର୍ଦେଶକ ନିର୍ବାଚିତ

Sunil Chandra Nayak

ଆରାଧ୍ୟା କଲଚରାଲ୍ ଏକାଡ଼େମୀ ପକ୍ଷରୁ ମାନ୍ୟବର କଟକ ଜିଲ୍ଲା ସାଂସଦଙ୍କୁ ସମ୍ବର୍ଧନା 

masiha

Leave a Comment

error: Content is protected !!