ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବେକ ସେନା ତରଫରୁ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ସହୀଦ ଦିବସ ପାଳିତ

ଏମ.ରାମପୁର: ତା 29/03/2023 ରିଖ ମହାନ ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଶହୀଦ ଦିବସ ଏମ. ରାମପୁର ବ୍ଲକ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ପରିସର ରେ କଳାହାଣ୍ଡି ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକ ସେନା ତରଫ ରୁ ପାଳନ କରାଯାଇଛି। ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ବରିଷ୍ଠ କବି ସୁଶାନ୍ତ କୁମାର ମିଶ୍ର, ସାମ୍ବାଦିକ ଧୀରେନ୍ଦ୍ର ପଟ୍ଟନାୟକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ପ୍ରତେକ ବ୍ୟକ୍ତି ଶହୀଦ ଲକ୍ଷ୍ମଣ ନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ଭାତୃଭାବ,ଦେଶପ୍ରେମ , ରାଷ୍ଟ୍ରଗଠନ ରେ ସାମିଲ ହେବା ପାଇଁ ସମସ୍ତ ଅତିଥି ଗଣ ଆହ୍ୱାନ ଦେଇଥିଲେ। ବିବେକସେନା ର ସଭାପତି (ଦିବ୍ୟାଙ୍ଗ-ମହିଳା ବିଭାଗ) ଟୁନି ପଣ୍ଡା ଉପସ୍ଥିତ ରହି ସଭା ପରିଚାଳନା କରିଥିଲା। ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ କରାଯାଇଥିଲା। ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ର ସମସ୍ତ ଦିବ୍ୟାଙ୍ଗ ଭାଇଭଉଣୀ ମାନେ ସକ୍ରିୟଅଂଶ ଗ୍ରହଣ କରି ସହଯୋଗ କରିଥିଲା ବେଳେ ସୁଶାନ୍ତ ନାଏକ ଧନ୍ୟବାଦ ସହ ସଭା ସାଙ୍ଗ କରିଥିଲେ |

ମସିହା ନିଉଜ ସର୍ଭିସ୍ 

Related posts

ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ 

ପଞ୍ଚାୟତ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ହୋଇଯାଇଛି 

Sunil Chandra Nayak

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଲିଙ୍ଗଗତ ସାମ୍ୟତା ସମ୍ପର୍କିତ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ 

masiha

Leave a Comment

error: Content is protected !!