ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସାଇସାଗର ଧାମରେ ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ 

ଢେଙ୍କାନାଳ, ୩୦/୩: ଢେଙ୍କାନାଳ ସହରସ୍ଥ ଆନନ୍ଦ ବଜାର ହୀରାସାଗର ପୋଖରୀ ଦକ୍ଷିଣ ପାର୍ଶ୍ଵ ଶନିମନ୍ଦିର ପରିସରରେ ଥିବା ସାଇ ସାଗର ଧାମର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଗତକାଲି ସ୍ଥାନୀୟ ଭାଗିରଥୀ ସାଗରରୁ ସଂକୀର୍ତନ ଓ ୧୦୮ରୁ ଉର୍ଦ୍ଧ୍ବ ସାଇଭକ୍ତ ମହିଳାମାନେ କଳସ ପୂଜା କରି ଜଳ ଧାରଣ ପୂର୍ବକ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସାଇବାବାଙ୍କ ମନ୍ଦିରରେ ସ୍ଥାପନ କରିଥିଲେ। ଅଦ୍ୟ ଶ୍ରୀଶ୍ରୀ ଶିରିଡି ସାଇବାବାଙ୍କର ପ୍ରଥମ ବାର୍ଷିକୋତ୍ସବ ପାଳନ କରାଯାଇଅଛି । ମନ୍ଦିର ପୂଜକ ବିରଂଚି ନାରାୟଣ ନନ୍ଦ ସମସ୍ତ ପୂଜାବିଧ ସମାପନ କରିଥିବାବେଳେ ଆଚାର୍ଯ୍ୟ ଅଜୟ କୁମାର ନନ୍ଦ, ସନ୍ତୋଷ କୁମାର ପଣ୍ଡା ଓ ସହଯୋଗୀ ଘନଶ୍ୟାମ ପାଳଙ୍କ ଦ୍ବାରା ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅଦ୍ୟ ମଣ୍ଡଳ କଳସ ଅଧିବାସନ ପୂଜା, ବିଶ୍ୱଶାନ୍ତ ମହାଯଜ୍ଞ, ପୂର୍ଣ୍ଣାହୁତି ଓ ପ୍ରସାଦସେବନ ଦିବା ୨ ଘଟିକାରେ ଅନୁଷ୍ଠିତ ହୋଇଥିଲା । ସଂଧ୍ୟା ୭ ଘଟିକାରେ ପାଲିଙ୍କି ଶୋଭା ଯାତ୍ରା, ଭକ୍ତିଶ୍ରଦ୍ଧା ଭଜନ ଅନୁଷ୍ଠାନ ତରଫରୁ ଭଜନ ସମାରୋହ ଓ ପ୍ରସାଦସେବନ ରାତ୍ର ୮ ଘଟିକାରେ ଅନୁଷ୍ଠିତ ହୋଇଥିଲା । ଏହି ପୂଜାରେ କର୍ତା ଭାବେ ଗୋପାଳ ପାତ୍ର ଓ କର୍ମୀ ଭାବେ ନରେଶ ପାତ୍ର ଭାର ସମ୍ଭାଳିଥିଲେ । ସାଇସାଗର ଧାମର ସେବକ ବୃନ୍ଦ ସଙ୍ଗେଶ୍ଵର ଭାଟ, ସୁଧାକର ସାହୁ, କୃଷ୍ଣଚନ୍ଦ୍ର ଭଟ୍ଟ, ସର୍ବେଶ୍ବର ଭଟ୍ଟ, ଗିରିଷ ଚନ୍ଦ୍ର ବେହେରା, ତାପସ କୁମାର ମହାନ୍ତି ଓ ସାଇସାଗର ଧାମର ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି ବାର୍ଷିକୋତ୍ସବକୁ ଶୃଙ୍ଖଳାର ସହିତ ସମାପନ କରିଛନ୍ତି ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ ଦ୍ବାରା ବିଶୋଇରେ ଜଗନ୍ନାଥ ମନ୍ଦିର ଭୂମି ପୂଜନ

Sunil Chandra Nayak

ଚିଲିଗୁଡା ଯାଦବ ସମାଜ ପକ୍ଷରୁ ତିନିଦିନ ଧରି ଦୋଳ ମହୋତ୍ସବ ପାଳିତ

Sunil Chandra Nayak

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

masiha

Leave a Comment

error: Content is protected !!