ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତପୁର ପେକ୍ସ୍ ଠାରେ ଏଜିବି ୨୦୨୩,ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ 

ରୁପ୍ରା, ୩୦/୩ (ମନିସ) : ନର୍ଲାବ୍ଲକ୍ ଅଧିନ ଶାନ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ତରଫରୁ ପେକ୍ସ୍ ଅଧିନ ଚାଷୀ ମାନଙ୍କୁ ନେଇ ଏଜିବି ୨୦୨୩, ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ପେକ୍ସ୍ ସଭାପତି ଶ୍ରୀ ରଣଜିତ୍ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପେକ୍ସ୍ କାର୍ଯ୍ୟ ନିର୍ବାହୀ ଶ୍ରୀ ସୁଶାନ୍ତ ବିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ହରିଶଙ୍କର ମାଝୀ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ଭବାନୀପାଟଣା ମଣ୍ଡଳ ସମବାୟ ନିରୀକ୍ଷକ ଶ୍ରୀ ଭବନାଥ ରାଇଗୁରୁ ଯୋଗଦେଇ ଥିଲେ । ମଞ୍ଚ ପରିଚାଳନା ଶ୍ରୀ କ୍ଷୀରସିନ୍ଧୁ ପଧାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଶାନ୍ତପୁର ସମିତି ସଭ୍ୟ ଶ୍ରୀ ଜୟ ମେହେର, ପୂର୍ବ ସରପଞ୍ଚ ଶ୍ରୀ ଟିକେଧର ସାହୁ, ପେକ୍ସ୍ ଡାଇରେକ୍ଟର୍ ତଥା ପୁର୍ବ ସରପଞ୍ଚ ଶ୍ରୀ ଲୋକନାଥ ସା, ଉଲିକୁପା ସମିତି ସଭ୍ୟା ଶ୍ରୀମତୀ ମଞ୍ଜୁଲତା ସାହୁ, ଶାନ୍ତପୁର ପେକ୍ସ୍ ପୂର୍ବ ସଭାପତି ତଥା ପେକ୍ସ୍ ଡାଇରେକ୍ଟର୍ ଶ୍ରୀ ନୃପରାଜ ବିଶ୍ୱାଲ୍, ବିସିସିବି ନର୍ଲା ଶାଖା ଏବିଏମ୍ ଶ୍ରୀ ହିତେଶ ଭୋଇ ଓ ପୂର୍ବ କାର୍ଯ୍ୟ ନିର୍ବାହୀ ଶ୍ରୀ ସୁବାଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଅତିଥି ଗଣ କହିଲେ ପ୍ରାଥମିକ କୃଷି ସମବାୟ ସମିତି ହେଉଛି କୃଷକର ପ୍ରକୃତ ବନ୍ଧୁ ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଘୋଷଣା କରିଥିବା ବିଭିନ୍ନ ଯୋଜନାର ଲାଭ ନେବାପାଇଁ ଉପସ୍ଥିତ ଥିବା ଚାଷୀ ମାନଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ପେକ୍ସ୍ ଅଧିନ ଶିବଶକ୍ତି JLG, ସରସ୍ଵତୀ JLG ଓ ମହାଲକ୍ଷ୍ମୀ JLG ଙ୍କୁ କୃଷି ଋଣ ପ୍ରଦାନ କରାଯାଇଥିଲା। ଏହି କର୍ମଶାଳାରେ ପେକ୍ସ୍ ଅଧିନ ସମସ୍ତ ଡାଇରେକ୍ଟର୍ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ପେକ୍ସ୍ କାର୍ଯ୍ୟ ନିର୍ବାହୀ ଶ୍ରୀ ସୁଶାନ୍ତ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବିଶିଷ୍ଟ ସମାଜସେବୀ ଗୟାଧର ନାଏକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

Sunil Chandra Nayak

ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

ବେବର୍ତ୍ତା କାଟେଣୀରେ ଅଭିଶପ୍ତ ଜୀବନ କାଟୁଛନ୍ତି ଜୁଆଙ୍ଗସାହି ବାସିନ୍ଦା 

Sunil Chandra Nayak

Leave a Comment

error: Content is protected !!