ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ:ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

ବାଲିଗୁଡା,30/03/23(ମନିସ): କନ୍ଧମାଳ ଜିଲ୍ଲାରେ ଶିଶୁ ମାନଙ୍କୁ ସାହଯ୍ୟ, ସହଯୋଗ ଓ ସୁରକ୍ଷା ପ୍ରଦାନ ପାଇଁ ଅହରହ କାର୍ଯ୍ୟ କରି ଆସୁଥିବା ଚାଇଲ୍ଡ ଲାଇନ ପକ୍ଷରୁ ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସମିତି ପରିସରରେ ଥିବା ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ଏଥିରେ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜିକା ରଞ୍ଜିତା କମ୍ପୋ ଓ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ ଦେଇଥିଲେ। ଚଳିତ ବର୍ଷ ଜିଲ୍ଲା ଚାଇଲ୍ଡ ଲାଇନ ୪ଶହ ଟି ମାମଲା ହାତକୁ ନିଆଯାଇଥିବା ବେଳେ ୩୬ଟି ବାଲ୍ୟ ବିବାହ ରୋକାଯିବା ସହ ବିଭିନ୍ନ ମାମଲା ହାତକୁ ନେଇ ତାର ସମାଧାନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ। ଶିଶୁ ମାନଙ୍କୁ ସହାୟତା ପାଇଁ ୧୦୯୮ ନମ୍ବର କୁ ଫୋନ କରିବା ପାଇଁ କନ୍ଧମାଳ ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ

Related posts

RAYAGADA DIVISION CELEBRATES 79TH INDEPENDENCE DAY  

Sunil Chandra Nayak

ସନ୍ତୋଷ ସିଂଦେଓଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ

masiha

ଗୋଲାମୁଣ୍ଡା ବ୍ଲକରେ ମଧୁବାବୁ ନୂତନ ଭତ୍ତା ବଣ୍ଟନ: ୨୨୯ ହିତାଧିକାରୀ ଉପକୃତ

Leave a Comment

error: Content is protected !!