ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର- ୬ରେ ଓଜୋନ ଦିବସ ପାଳିତ

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର- ୬ରେ ଓଜୋନ ଦିବସ ପାଳିତ

ରାଉରକେଲା,:ଏସପିସିବି ଏବଂ ୱାଇ.ଏମ.ଏଫ.ଆଇ ର ମିଳିତ ସହଯୋଗରେ ସ୍ଥାନୀୟ ସେକ୍ଟର – ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଓଜୋନ ଦିବସ ଇତି ମଧରେ ପାଳିତ ହୋଇଯାଇଛି l ଏଥିରେ ଏସପିସିବି ର ଉପ ପରିବେଶ ଯନ୍ତ୍ରୀ ଇଂ ରମଣୀ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ୟ ରେ କହିଲେଯେ, ବାୟୁ ମଣ୍ଡଳ ରେ ସୃଷ୍ଟି ହେଉଥିବ ବିଷାକ୍ତ ବାଷ୍ପ ଓଜନ ସ୍ତରକୁ ପ୍ରଭାବିତ କରୁଛି l ଦିନକୁ ଦିନ ଦେଖାଦେଉଥିବା ଜଳବାୟୁ ପରିବର୍ତ୍ତନ କୁ ରୋକିବା ପାଇଁ ପ୍ରତେକ ସ୍ତରରେ ଉଦ୍ୟମ ଜରୁରୀ ବୋଲି ସେ କହିଥିଲେ l ଏଣୁ ଆମ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଜୀବନ ଶୈଳୀ ଆପଣାଇବା କୁ ସେ ଆହ୍ୱାନ କରିଥିଲେ l ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁସ୍ମିତା ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ l ସେ କହିଲେଯେ ଜଳବାୟୁ ପରିବର୍ତ୍ତନ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦାନ ସହ ସଶକ୍ତ କରାଯିବାର ଆବଶ୍ୟକତା ରହିଛି l ଯୁବ ବର୍ଗ ଏଦିଗରେ ଆଗେଇ ଆସିବାକୁ ସେ ଆହ୍ୱାନ କରିଥିଲେ l ଏସପିସିବିର ଓଏସଡ଼ି ବି. ବି. ମହନ୍ତ, ମନୋଜ ନାୟକ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ l ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ କାର୍ଯ୍ୟକ୍ରମ ର ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସ୍ଲୋଗାନ ପତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ମାନସ ରଞ୍ଜନ ମହାନ୍ତି, ଶିକ୍ଷୟିତ୍ରୀ ଦୁର୍ଗାବତୀ ବଡାଇକ, ସରିତା ପରିଡା, ନିବେଦିତା ଶତପଥି ,ମିନାକ୍ଷୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

୧– ନାରାୟଣ ପାଟଣା ଗସ୍ତରେ କୋରାପୁଟ ଜିଲ୍ଲାପାଳ ,୨– ଓଲଟିଲା ବକ୍ସାଇଟ ବୋଝେଇ ଟ୍ରକ ଚାଳକ ଗୁରୁତର 

Sunil Chandra Nayak

କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ଠାରେ ଛାତ୍ରୀଙ୍କୁ ପୋଷାକ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!