ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ମଂଗଳର ଅନୁରୋଧ କ୍ରମେ ଐରା ପକ୍ଷରୁ ଭିନ୍ନକ୍ଷମ ମାନଂକୁ ହୁଇଲି ଚେୟାର ଓ କୃତ୍ରିମ ଅଂଗ ଆଦି ପ୍ରଦାନ 

ଢେ଼ଙ୍କାନାଳ (ମ ସୀ ହା)୨୯/୦୩_ ଆଜି ଅପରାହ୍ନ ୪ ଘଟିକା ସମୟରେ ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣ ଇନ୍ଷ୍ଟିଟ୍ଯୁଟ୍ ଅଫ ରୁରାଲ ଅଫାୟାର୍ସ ଆନୁକୂଲ୍ୟରେ ଡିଷ୍ଟ୍ରିକ୍ଟ ଡିଜାବିଲିଟି ରିହାବିଲଟେସନ ସେଣ୍ଟର ଢେଙ୍କାନାଳଠାରେ ଡିପାର୍ଟମେଣ୍ଟ ଅଫ ଏମ୍ପୋୟରମେଣ୍ଟ ଅଫ ପର୍ସନ୍ସ ଉଇଥ ଡିଜାବିଲିଟି (ଦିବ୍ୟାଙ୍ଗ) ସହାୟତାରେ ଏକ ସୌଜନ୍ୟ ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଢେଙ୍କାନାଳ ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ,ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅଶୋକ କୁମାର ଦାସ ତଥା ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ ମାନଙ୍କର ସମାଜ ମଙ୍ଗଳ କାରୀ ସାରଗର୍ଭକ ଉଦବୋଧନ ପରେ ଭିନ୍ନକ୍ଷମ ମାନଙ୍କୁ ହୁଇଲ ଚେୟାର,ବ୍ଯବହୃତ କୃତ୍ରିମ ଅଙ୍ଗ ଏବଂ ତିନି ଚକିଆ ବିଶିଷ୍ଟ ସାଇକେଲ ଆଦି ସାଧନ ପ୍ରଦାନ କରାଯାଇଛି।

      ପ୍ରକାଶ ଥାଉକି ଜନ ମଙ୍ଗଳ ରାସୋଳ ସଂଗଠନ ତରଫରୁ ଭିନ୍ନକ୍ଷମ ମୁଣ୍ଡିଆପଶି ନିବାସୀ ରୋହିତ ଭୋଇଙ୍କୁ ବ୍ଲକ ସ୍ତରରେ ଅନୁରୋଧ କରାଯାଇ ଏକ ଭ୍ରାମ୍ଯମାଣ ଚୌକି ର ବ୍ଯବସ୍ଥା କରା ଯାଇଥିବା ବେଳେ ସଂଗଠନ ତରଫରୁ ଏକ ତିନି ଚକିଆ ସାଇକେଲ ର ବ୍ଯବସ୍ଥା କରିବା ପାଇଁ “ଅଇରା ଅନୁଷ୍ଠାନ” ର ମୁଖ୍ୟ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପଣ୍ଡା ମହୋଦୟଙ୍କୁ ଅନୁରୋଧ କରାଯିବା ପରେ ରୋହିତ ଭୋଇଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି।

      ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ରାସୋଳ ଦାୟୀତ୍ବ ରେ ଥିବା ପଣ୍ଡିତ ନୀଳକଣ୍ଠ ସ୍ବାସ୍ଥ୍ୟ ସେବା ଯାନ ଦ୍ବାରା ସ୍ବଳ୍ପ ଦେୟଯୁକ୍ତ ସେବା ଓ ସଂଗଠନର ସେବକ ପ୍ରକାଶ କୁମାର ସାହୁଙ୍କର ନିଜସ୍ୱ ଅଟୋରେ ଭିନ୍ନକ୍ଷମ ରୋହିତ ଭୋଇ ଙ୍କୁ ନେବା ସହିତ ପ୍ରଦତ୍ତ ତିନି ଚକିଆ ସାଇକେଲକୁ ଅଣାଯାଇ ମୁଣ୍ଡିଆପଷି ସ୍ଥିତ ବାସଭବନରେ ସୁରକ୍ଷିତ ଭାବେ ପହଞ୍ଚାଇ ଦିଆଯାଇଛି।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ବୈଠକ

Sunil Chandra Nayak

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶାଖାରେ ପାର୍କିଂ ସ୍ଥାନର ଅଭାବ… ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା

masiha

ବିଧାୟିକା ସୀମାରାଣୀ ଙ୍କ ଉପସ୍ଥିତି ରେ ହିନ୍ଦୋଳ ଏନ୍ଏସି ର ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!