ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାମ ନବମୀ ଧୁମ ଧାମ ରେ ପାଳିତ। ଭବ୍ୟ ଶୋଭା ଯାତ୍ରା ଆୟୋଜିତ

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋଉତ୍ସବ ଆଜି ସାରା ଭାରତ ବର୍ଷରେ ପାଳନ କରାଯାଉଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ରେ ମଧ୍ୟ ରାମ ନବମୀ ବେଶ ଧୁମଧାମରେ ପାଳିତ ହୋଇଯାଇଛି ।

ରାମ ନବମୀ ପାଳନ ସମିତି ପକ୍ଷରୁ ଗତକାଲି ଧର୍ମଗଡ ଠାରେ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇ ଯାଇଛି । ଶତାଧିକ ଯୁବକ ଓ ଯୁବତୀ ବଜାର ପ୍ରାଙ୍ଗଣ ରେ ଥିବା ହନୁମାନ ମନ୍ଦିର ଠାରେ ଏକତ୍ରିତ ହୋଈ ପୂଜାର୍ଚ୍ଚନା ପରେ କୁନି କୁନି ପିଲା ଶ୍ରୀ ରାମ, ଲକ୍ଷ୍ମଣ ଓ ସୀତା ଙ୍କ ରୂପ ରେ ଏକ ଭବ୍ୟ ରଥ ରେ ବିରାଜମାନ ହୋଇ ଏକ ବିଶାଳ ଶୋଭା ଯାତ୍ରାରେ ସହର ପରିକ୍ରମା କରିଥିଲେ ।

ସଂକୀର୍ତ୍ତନ ସହ ଏହି ସାଂସ୍କୃତିକ ଶୋଭାଯାତ୍ରାରେ ଶହଶହ ଯୁବକଯୁବତୀ ସାମିଲ ହୋଇଥିଲେ । ଜୟ ଶ୍ରୀ ରାମ ନାମ ଗାନ କରି ସହର ପରିକ୍ରମା କରିବା ସହ ସରସ୍ଵତୀ ଶିଶୁ ମନ୍ଦିରରେ ପହଞ୍ଚିଥିଲେ।ରାମ ନବମୀ ପାଳନ ସମିତିର ସର୍ବଶ୍ରୀ ଲକ୍ଷ୍ମୀକାନ୍ତ ବାଗ, ଜନ୍ମେଜୟ ନାଏକ, ହେମନ୍ତ କୁମାର ମାଝୀ, ହିମାଂଶୁ ପଣ୍ଡା, ନଗରପାଳ ଅଶୋକ କୁମାର ମହାନ୍ତି, ଛିଲିପା ସରପଞ୍ଚ ବିଭୁ ଦତ୍ତ ପ୍ରଧାନୀ ସମେତ ରାମ ନବମୀ ପାଳନ ସମିତିର ବହୁ ସ୍ବେଛସେବୀ ଏଥିରେ ଯୋଗ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତାରକେଶ୍ବର ମହାଦେବ ମନ୍ଦିରରେ କଳସ ସ୍ଥାପନ। 

Sunil Chandra Nayak

କୁଟେନ ଗାଁରେ ମହାଭାରତ ମହା ପରାୟଣ 

masiha

ଶ୍ରୀ ଶ୍ରୀ ଶ୍ରୀ ମାଁ ସମଲେଇ ଠାକୁରାଣୀ ଦେବୀଙ୍କ ପାର୍ଶ୍ଵ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ପରେ ପ୍ରଥମ ପ୍ରସାଦ ସେବନ ବ୍ୟବସ୍ଥା କଲେ ମନ୍ଦିର ପରିଚାଳନା କମିଟି 

Sunil Chandra Nayak

Leave a Comment

error: Content is protected !!