ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଜୟପାଟଣା ରେ ଶ୍ରୀରାମ ନବମୀ ଉତ୍ସବ, ବିରାଟ ପଟୁଆର ରେ ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସଦର ମହକୁମା ଠାରେ ଶ୍ରୀରାମ ନବମୀ କମିଟି ପକ୍ଷରୁ ମହା ସମାରୋହର ସହ ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଯାଇଛି। ଜୟପାଟଣା ଗାନ୍ଧୀ ଗ୍ରାମପଡା ସ୍ଥିତ ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର ରୁ କମିଟି ସଭାପତି ହରି କିଶନ ଜୈନ ଓ କମିଟି କର୍ମକର୍ତ୍ତା ଭବ୍ୟ ଶୋଭାଯାତ୍ରା ରେ ଆଜ୍ଞାମାଲ ପ୍ରାପ୍ତ କରି ଏକ ସୁସଜ୍ଜିତ ରଥ ଉପରେ ରଥାରୁଢ଼ ପ୍ରଭୁ ଶ୍ରୀରାମ ଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ ପରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଙ୍କ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ପ୍ରାୟ ଚାରି କିଲୋମିଟର ନଗର ପରିକ୍ରମା କରି କୃଷ୍ଣ ଚନ୍ଦ୍ର କ୍ଲବ ପରିସରରେ ପହଞ୍ଚି ଥିଲେ।ଜୟପାଟଣା ବ୍ଳକର ବାନେର, ପୋଲକାମୁଣ୍ଡା, କାଦୋପଦର, ମୁଖିଗୁଡ଼ା, ଧନସୁଲି, ସମେତ ବିଭିନ୍ନ ଗ୍ରାମରୁ ଆସିଥିବା ସଙ୍କୀର୍ତ୍ତନ ମଣ୍ଡଳୀ ଓ ଘଣ୍ଟ ଦଳ ସମେତ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏହି ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାଦ୍ୟ ର ତାଳେ ତାଳେ ଗୈରିକ ପତାକା ଧରି ଭାବ ବିହ୍ଵଳ ହୋଇ ସାମିଲ ହୋଇଥିଲେ। ବିଶେଷ କରି ବହୁ ସଂଖ୍ୟାରେ ମହିଳା ମାନେ ମଧ୍ଯ ଅଂଶଗ୍ରହଣ କରିଥିଲେ। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଲୋକେ ବିଭିନ୍ନ ସ୍ଥାନରେ ପାନୀୟଜଳ ବ୍ୟବସ୍ଥା କରିଥିଲେ। ଦିନବେଳେ ଶ୍ରୀରାମ ମନ୍ଦିର ରେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିବା ବେଳେ ରାତ୍ରିରେ କୃଷ୍ଣ ଚନ୍ଦ୍ର କ୍ଲବ ପରିସରରେ ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ସମାରୋପ ହୋଇଥିଲା। ବିଶାଳ ପଟୁଆର ଦୃଷ୍ଟିରୁ ଜୟପାଟଣା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ର ସୁ ବନ୍ଦୋବସ୍ତ କରାଯାଇ ଥିଲା। ପୋଲିସ ର ଅଧିକାରୀ ଓ କର୍ମଚାରୀ ମାନେ ସୂଚାରୁ ରୂପେ ଶୃଙ୍ଖଳା ରକ୍ଷା ଦାୟିତ୍ବ ନିର୍ବାହ କରିଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

କୁମ୍ଭାରିଠାରେ ମହାଭାରତ ପାରାୟଣର ଶୁଭ ଖମ୍ବ ସ୍ଥାପନ

Sunil Chandra Nayak

ଦାସୀ ଗାଁ ରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

କୁମ୍ଭାରି ଓ ଗୋଲାମୁଣ୍ଡାଠାରେ ମାସେ ଧରି ଓଁ ଶ୍ରୀ ଶ୍ରୀ ମହାଭାରତ ମହାପାରାୟଣ ମହାଯଜ୍ଞ ସମାପନ

Leave a Comment

error: Content is protected !!