ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବଟତ ରେଳପଥ ଜିଏମ୍ ଅର୍ଚ୍ଚନା ଯୋଗୀଙ୍କ ରାୟଗଡା ଗସ୍ତ

ରାୟଗଡା: ୨୮/୨- ମ.ନି.ସ:- ରେଳୱେ ଜିଏମ୍ ଅର୍ଚ୍ଚନା ଯୋଗୀ ରାୟଗଡା ଗସ୍ତରେ ଆସି ରାୟଗଡା – କୋରାପୁଟ ରେଳ ପଥ ମଧ୍ୟ ରେ ଥିବା ଷ୍ଟେସନ ଗୁଡିକ କୁ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। କୋରାପୁଟ ଷ୍ଟେସନରେ ପହଞ୍ଚି ସେଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କରିଥିଲେ। କୋରାପୁଟରୁ ଲକ୍ଷ୍ମୀପୁର ରୋଡ଼ ଷ୍ଟେସନରେ ଓହ୍ଲାଇ ସେଠାରେ ନିର୍ମିତ ଗ୍ରୀନ୍ ଗ୍ଯାଲେରି ପାର୍କକୁ ଉଦଘାଟନ କରିଥିଲେ। ସେଠାରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ରାୟଗଡା ଷ୍ଟେସନରେ ରନିଙ୍ଗ୍ ରୁମ୍ କମବାଇନଡ୍,କ୍ରୁଲବି,ଟ୍ରେନ୍ ମ୍ଯାନେଜର ଲବିକୁ ଉଦଘାଟନ କରିବା ସହିତ କେତେକ ଛୋଟ ରେଳବ୍ରିଜ୍, ରେଳ ଟ୍ରାକ୍,ବ୍ରିଜ କ୍ରସିଂ,ଟନେଲ,ଟ୍ରାକ୍ସନ ସବଷ୍ଟେସନ ଆଦି ରେଳ ବିଭାଗର ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନର ଯାଞ୍ଚ କରିଥିଲେ। ଏହି ଯାଞ୍ଚ ସମୟରେ ଜିଏମ୍ ଗଣମାଧ୍ୟମ,ବିଭିନ୍ନ ସଂଗଠନର ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ।ଜିଏମ୍ ଙ୍କ ପରିଦର୍ଶନ ସମୟରେ ଓ୍ବାଲଟିୟର ଡିଭିଜନ ରେଳଓ୍ବେ ମ୍ଯାନେଜର ଅନୂପ ଶତପଥୀ ଉପସ୍ଥିତ ରହିଥିଲେ।ରାୟଗଡା ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ଦିନରେ ରାୟଗଡା ରୁ ଭୁବନେଶ୍ୱର କୁ ଟ୍ରେନ ଚଳାଇବାକୁ,ସେହିପରି ତୀର୍ଥଯାତ୍ରା ପାଇଁ ରାୟଗଡାରୁ ବାରାଣସୀ ଏକ ଟ୍ରେନ୍ ଚଳାଇବାକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ

Related posts

ଘର ଭାଙ୍ଗି ଧାନ ଖାଇଲା ହାତୀ

Sunil Chandra Nayak

କ୍ରୀଡା ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ରାଉରକେଲା ମହାନଗର ପକ୍ଷରୁ ଖାଦ୍ୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!