ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀରାମ ପ୍ରତିଧ୍ୱନୀରେ ମୁଖରିତ ହେଲା ସମଗ୍ର ଜୁନାଗଡ଼

ଜୁନାଗଡ଼,୩୧/୩(ମ ନି ସ) ପବିତ୍ର ଶ୍ରୀରାମ ନବମୀରେ ବିଭିନ୍ନ ସ୍ଥାନରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସହରରେ ଥିବା ଆରଏସଏସର ବିଭିନ୍ନ ସଂଗଠନ ତରଫରୁ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ବାହାରି ସହର ପରିକ୍ରମାକରି ଲଙ୍କେଶ୍ୱରୀ ମନ୍ଦିରଠାରେ ପହଞ୍ଚିଥିଲା।ଏହି ଶୋଭାଯାତ୍ରାରେ ଶିଶୁମାନେ ରାମ ସୀତା ଓ ହନୁମାନ ରୂପରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବିଭିନ୍ନ ବାଜାବଜଣା ଓ ଭଗବାନ ଜୟ ଶ୍ରୀରାମ ଧ୍ୱନି ରେ ସମଗ୍ର ସହର ପ୍ରକମ୍ପିତ ହୋଇ ଉଠିଥିଲା। ଏହି ସବୁ କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିବାର ର ଏବିଭିପି, ବଜେପି, ବିଏମଏସ ପ୍ରଭୃତି ସଂଗଠନର ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ,କଳାହାଣ୍ଡି ନୂଆପଡା ପ୍ରଭାରୀ ବୁଦ୍ଧଦେବ, ପୂର୍ବତନ ମନ୍ତ୍ରୀ ହିମାଂଶୁଶେଖର ମେହେର, ମନୋଜ ମେହେର, ବିରଞ୍ଚି ପଣ୍ଡା, ଶିଶିର ପଟ୍ଟନାୟକ, ପ୍ରମୋଦ ବଣିଆ, ଚନ୍ଦ୍ରଶେଖର ବୈଠାରୁ , ରୂପେଶ ଜୈନ, ସୌରଭ ମିଶ୍ର, ପ୍ରମୁଖ ସାମିଲ ହୋଇଥିଲେ। ଜନ୍ମୋତ୍ସବ ପାଳନ କମିଟି ତରଫରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ସେହିପରି ଭଈରୀ ଗୁଡ଼ା ପଲ୍ଲୀ ରେ ମଧ୍ୟ ଶ୍ରୀ ରାମ ନବମୀ ପାଳନ ଅବସରରେ ଶ୍ରୀ ରାମ ପୂଜନ ଓ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ,ମାନ ପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି କଳାହାଣ୍ଡି କୁଲାଧକ୍ଷ ଚନ୍ଦ୍ରଦ୍ୱାଜ୍ ପେସନିୟା, ଅତିଥି ସଂପାଦକ କଳୀକି ବାଣୁଆ, ମୁଖ୍ୟ ବକ୍ତା ବିଭୁଦତ୍ତ ଚଲାନ ଆଇନଜୀବୀ ,ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ସମ୍ମାନିତଅତିଥି ରଜନୀକାନ୍ତ ବିଶି କୁଳପତି, ପଞ୍ଚିମ୍ ମଣ୍ଡଳ, ଅଶ୍ବିନୀ କୁମାର ବାଣୁଆ,ପୂର୍ବତନ କୁଳପତି,ପୂର୍ବ ମଣ୍ଡଳ ଉପ କୁଳପତି ବୈରଵ୍ ପାତ୍ର,ଉପ ମଣ୍ଡଳ କୁଳସୋଦର୍ ନୀଳକଣ୍ଠ ପାତ୍ର, ପଲ୍ଲୀ ସଭାପତି ଉଦୟ ଭାନୁ ବାଣୁଆ, ଉପା ସଭାପତି ବିଭୂତି ଭୂଷଣ ପ୍ରଧାନ, ସଂପାଦକ ସଦାନନ୍ଦ ଦଳପତି,ସହ ସମ୍ପାଦକ ପ୍ରବୀଣ ପାତ୍ର,ମଞ୍ଚା ସିନ ଥିଲେ। ଏବଂ ମଞ୍ଚ ପରିଚାଳନା ଅଧ୍ୟାପକ ପ୍ରିୟବ୍ରତ ବାଣୁଆ ଓ ଉପ ମଣ୍ଡଳ ସଭ୍ୟ ଦେବରାଜ ବାଣୁଆ କରିଥିଲେ। ସହ ସଂପାଦକ ପ୍ରବୀଣ ପାତ୍ର ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଓଡ଼ିଶାର ଜଣାଶୁଣା ପ୍ରଖ୍ୟାତ ଝୁମର ବିଶାରଦ ସଜନ ବଳ ଆର ପାରିରେ

masiha

ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଲା ତରଫରୁ ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ମାଧ୍ୟମରେ ଅନୁଷ୍ଠିତ ଲକ୍ଷପତି ଦିଦି କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!