ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୌଡ଼ ଦେଓପାଲି ଡକାୟତି ମାମଲାରେ ଷଡ଼ଯନ୍ତ୍ର କାରୀ ସହ ୬ ଜଣ ଗିରଫ

ତେନ୍ତୁଳିଖୁଣ୍ଟି ୩୧/୦୩/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଥାନା ଅଞ୍ଚଳ ର ଗୌଡ଼ ଦେଓପାଲି ରେ ସାତ ମାର୍ଚ୍ଚ ରେ ଚନ୍ଦ୍ର ଗୌଡ଼ ଙ୍କ ଘରେ ଡକାୟତି ହୋଇଥିଲା ,ଥାନାରେ କେଶ ନମ୍ବର 22 ଆଧାର ରେ ତଦନ୍ତ ଜାରି ରଖିଥିଲା ଖାତିଗୁଡା ପୋଲିସ। ଆଜି ଛଅ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ,ଆଜି ରାତି ଗୋଟାଏ ରୁ ଦିନ ଏଗାର ମଧ୍ୟରେ ଏସଭିଙ୍କୁ ଗିରଫ କରିଛି ବୋଲି ଏ ଏସ ପି ଚନ୍ଦ୍ର ଶେଖର ହୋତା ସୂଚନା ଦେଇଛନ୍ତି। ତଦନ୍ତ ରୁ ପୋଲିସ ଯେଉଁ ନିଷ୍କର୍ଷ ରେ ପହଞ୍ଚିଛି ତାହା ହେଲା ଚନ୍ଦ୍ର ଗୌଡ଼ ଙ୍କ ସମ୍ପର୍କୀୟ ଦେଢ଼ ଶାଶୁ ଅଏଂଲା ଗୌଡ଼ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଅଇଁଲା ହିଁ ଚନ୍ଦ୍ର ଗୌଡ଼ ଘରେ ଥିବା ପୁରାତନ ବ୍ରୋଞ୍ଜ ଥାଳି ଓ ତମ୍ବା ମୁଦ୍ରା କୁ ଚୋରାଇବାକୁ ଯୋଜନା କରିଥିଲା। ତଥାକଥିତ ବ୍ରୋଞ୍ଜ ଥାଳି ଓ ମୁଦ୍ରା ର ଚମତ୍କାର ଗୁଣ ରହିଛି ଯାହାର ମାର୍କେଟ ଦର କୋଟିଏ ଟଙ୍କା ହେବ ବୋଲି ଶୁଣାଯାଉଛି। ଏଣୁ ସେ ଷଡ଼ଯନ୍ତ୍ର କରିଥିବା କହିଛି ପୋଲିସ। ସାନ ଦେବତା ଗୁଡା ର ସଂଜୀବ ନାୟକ ସହ କଥା ହୋଇ ଡକାୟତ ପାଇଁ ପିଲା ଯୋଗାଡ଼ କରିଥିଲା, ନିଶ ନା ହାଣ୍ଡି ର ରାଜେନ୍ଦ୍ର ହରିଜନ ସହ ଯୋଗାଯୋଗ କରିଥିଲା ସଞ୍ଜୀବ। ପରେ ସଞ୍ଜୀବ ସହ ରାଜେନ୍ଦ୍ର ହରିଜନ ମିଶି ଅନ୍ୟ ଏଗାର ଜଣ ଛ ମାର୍ଚ୍ଚ ଯୋଜନା କରି ଚନ୍ଦ୍ର ଗୌଡ଼ ଘରେ କବାଟ ଭାଙ୍ଗି ପଶି ଥିଲେ ଖଣ୍ଡା ଛୁରୀ ମୁନରେ ପରିବାର ସଦସ୍ୟ ଙ୍କୁ ରଖି ବ୍ରୋଞ୍ଜ ଥାଳି ,ତମ୍ବା ମୁଦ୍ରା ଓ ଗୋଟିଏ ସୁନା ଚେନ ତଥା ଅସି ହଜାର ଟଙ୍କା ଚୋରି କରିବା ସହ ଭୟଭୀତ କରିବା ପାଇଁ ଚନ୍ଦ୍ର ଙ୍କ ଝିଅ ପୁଷ୍ପା କୁ ଛୁରୀ ରେ ଆଘାତ କରିଥିଲେ। ପୋଲିସ ରାଜେନ୍ଦ୍ର ହରିଜନ, ସାମସନ ହରିଜନ ଉଭୟ ନିସ୍ନା ହାଣ୍ଡିର ଏବଂ ଉଷୁରୀ ପଦର ର ଲକ୍ଷ୍ମଣ ହରିଜନ ଓ ପରଂଜିତ ସାଗରିଆ ସମେତ ସଂଜୀବ ତଥା ଅଏଂଲା କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ବ୍ରୋଞ୍ଜ ଥାଳି ,ତମ୍ବା ମୁଦ୍ରା ସମେତ ଖଣ୍ଡା ଜବତ କରିଛି ପୋଲିସ। 457 ଓ 395 ଧାରା ରେ ମାମଲା ହୋଇଛି। ଅନ୍ୟ ମାନଙ୍କୁ ଏ ଯାଏଁ ଗିରଫ କରିନଥିବା କହିଛି ପୋଲିସ। ମୁର୍ଲବାଇ ର ସମୀର ବାଘ ,ବଣିଆ ର ସୁରେଶ ନାଗ , ଦୀପକ ହରିଜନ ଆଲୋକ ସୁନା ଲଚ୍ଛ ମନ ହରିଜନ ସୁରଜ ହରିଜନ ,ଜୟପୁର ର କବିସୂର୍ଯ୍ୟ ହରିଜନ ଓ ସେମିଳିଗୁଡା ର ଦିବାକର ସାଗର ଙ୍କୁ ଖୋଜୁଛି ପୋଲିସ।ଆଜିର ଖବରଦାତା ସମ୍ମିଳନୀ ରେ ଏ ଏସ ପି ହୋତା ସମେତ ଆଇ ଆଇ ସି ଦୀପକ ଲେଙ୍କା ,ସବ ଇନ୍ସପେକ୍ଟର ମହେଶ୍ୱର ଭୁର୍ଭୁରେ ସମେତ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଗଞ୍ଜେଇ ଚାଲାଣ ଉପରେ ଇଆଇ ଆଣ୍ଡ ଇବିର ବଡ଼ ଚଢ଼ାଉ; ୧୦୬ କେଜି ଗଞ୍ଜେଇ ଜବତ  ବୋଲେରୋ ନିଓ, ପଲସର ସହ ୬ ମୋବାଇଲ ଜବତ; ନୟାଗଡ଼ର ୩ ଗିରଫ, ମାଷ୍ଟରମାଇଣ୍ଡ ଫେରାର 

Sunil Chandra Nayak

ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ : ସ୍କୁଲରେ ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଘେରାଉ କଲେ ଲୋକେ

Sunil Chandra Nayak

ମଦ ଭାଟି ଲୁଟ ଘଟଣା,ଜୟପାଟଣା ପୋଲିସକୁ ସଫଳତା।  ୧୦ ଜଣିଆ ଚୋର ଗ୍ୟାଙ୍ଗ ଗିରଫ….

masiha

Leave a Comment

error: Content is protected !!