ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ସରସ୍ବତୀ ଶିଶୁ ମନ୍ଦିରରେ ଅଭିଭାବକ ଅଭିଭାବିକା ସମ୍ମିଳନୀ

ମୟୂରଭଞ୍ଜ – (ମସିହା)ମୟୂରଭଂଜ ଜିଲ୍ଲାର ଜାମଦା ବ୍ଳକ ଅନ୍ତର୍ଗତ ଜାମଦା ସରସ୍ବତୀ ଶିଶୁ ମନ୍ଦିରେ ଅଭିଭାବକ ଅଭିଭାବିକା ସମ୍ମିଳନୀ ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ସସ୍ମିତା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟା ଅତିଥୀ ପରିଚୟ ପ୍ରଦାନ କରି ନୂତନ ଶିକ୍ଷାର ବ୍ୟବସ୍ଥା ଉପରେ ଆଲୋକପାତ୍ କରିଥିଲେ | ମୁଖ୍ୟ ଅତିଥୀ (ସଶିମ ଜାମଦା ର ସଭାପତି)ସୁରେନ୍ଦ୍ର ନାଥ ମୁଣ୍ଡା,ମ୍ମାନୀୟ ଅତିଥୀ ଭାବେ ବିଦ୍ବତ ପରିଷଦର ସଭ୍ୟ ଦେବ କିଶୋର କାଳନ୍ଦୀ ଯୋଗ ଦେଇ ଅଭିଭାବକକ/ଅଭିଭାବିକାଙ୍କର ପରିଚୟ ପରିଚୟ ପାଇବା ସହ ଶିଶୁମାନଙ୍କର କେଉଁ ପ୍ରକାରର ଅସୁବିଧା ରହୁଛି ସେ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ସେ ସବୁର ସମାଧାନ କିପରି ହେବ ତାହାରି ବିଷୟରେ ଶିଶୁ ମନ୍ଦିରର ସଭାପତି ସୁରେନ୍ଦ୍ର ନାଥ ମୁଣ୍ଡା ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ |ବିଦ୍ୟାର୍ଥୀମାନଙ୍କର କେଉଁ ପ୍ରକାର ଅସୁବିଧା ରହୁଛି ଅଭିଭାବକ/ଅଭିଭାବିକା ଦର୍ଶାଇଲା ପରେ ଗୁରୁଜୀଗୁରୁମା ସେ ସବୁ ଟିପି ରଖିବା ସହ ଆସନ୍ତା ଦିନରେ ସେ ସବୁ ପରିବର୍ତ୍ତନ କରାଯିବ ବୋଲି ଏହି ସମ୍ମିଳନୀରେ ପ୍ରକାଶ କରିଥିଲେ |ସରସ୍ବତୀ ଶିଶୁମନ୍ଦିର ଏକ ଅନୁଷ୍ଠାନ |ଯେଉଁ ଅନୁଷ୍ଠାନରେ କି ବିଦ୍ୟାର୍ଥୀମାନଙ୍କୁ କଠିନ ପଥରୁ ସରଳ ପଥକୁ ଗୁରୁଜୀଗୁରୁମା ନେଇଥାନ୍ତି |ଏଣୁ ଅଭିଭାବକ ଓ ଅଭିଭାବିକାଙ୍କର ଏହି ଅନୁଷ୍ଠାନ ପ୍ରତି ଶୁଭଦୃଷ୍ଟିରହିଲେ ଆଗକୁ ଶିଶୁମନ୍ଦିରର ପରିବର୍ତ୍ତନ ହୋଇପାରିବ ବୋଲି ସମାଜସେବୀ ପ୍ରଶ୍ନ କୁମାର ଶତପଥୀ ବାର୍ତ୍ତା ପ୍ରେରଣ କରିଛନ୍ତି |ଏହି ସମ୍ମିଳନୀକୁ ସୁଦର୍ଶନ ଗୁରୁଜୀ,ରାଜେନ୍ଦ୍ର ଗୁରୁଜୀ,ଯଶୋବନ୍ତ ଗୁରୁଜୀ ,କାଶୀ ଗୁରୁଜୀ ପରିଚାଳନା କରିଥିଲାବେଳେ ଦୀପକ ଗୁରୁଜୀ ସାଧୁବାଦ ଅର୍ପଣ କରିଥିଲେ |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ 

masiha

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବୁଢ଼ାପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ଛାତ୍ର କେଶବ ଜଗତ ନାଲ ପାଣି ରେ ବୁଡି ମରିବା ଘଟଣା, ପ୍ରଶାସନ ପଦକ୍ଷେପ ୪ ଜଣ ଶିକ୍ଷକ ନିଲମ୍ବିତ

masiha

Leave a Comment

error: Content is protected !!