ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଡ଼ିକାଲରେ ରୋଗୀ ଓ ପ୍ରସୂତି ମହିଳାମାନଙ୍କୁ ଫଳ ବାଣ୍ଟିଲେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ

ଢେ଼ଙ୍କାନାଳ/ତାଳଚେର ( ମ ସୀ ହା) ୩୧/୦୩_ତାଳଚେର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ବିଶ୍ଵରୂପା ମା ହିଙ୍ଗୁଳା ଯାତ୍ରା ଅବସରରେ ତାଳଚେର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଠାରେ “ଯୁବଶକ୍ତି” ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ମେଡ଼ିକାଲରେ ସମସ୍ତ ରୋଗୀ ଓ ପ୍ରସୂତି ମହିଳା ମାନଙ୍କୁ ଫଳ ବଣ୍ଟନ କରିଥିଲେ l ଏହି ମେଡ଼ିକାଲ ଉପରେ ତାଳଚେର, ପରଜଙ୍ଗ, କଙ୍କଡାହାଡ଼, ପାଲଲହଡ଼ା, କଣିହାଁ ବ୍ଲକର ଲୋକମାନେ ସବୁବେଳେ ନିର୍ଭରଶୀଳ, ରାଜ୍ୟ ସରକାରଙ୍କର 5ଟି ମୋ ସରକାର ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ମେଡ଼ିକାଲ ରେ ରୋଗୀ ମାନଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ମିଳିପାରୁ ଅଛି l ଯାହା ଫଳରେ ରୋଗୀ ମାନଙ୍କ ମୁହଁରେ ସବୁବେଳେ ହସ ଫୁଟି ପାରୁଅଛିl ଏହି କାର୍ଯ୍ୟକ୍ରମରେ ତାଳଚେର ର ବରିଷ୍ଠ ସମାଜସେବୀ ବଳରାମ ପତି ଓ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରେଳ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

masiha

ଜୟପୁର ଠାରେ ଅନୁଷ୍ଠିତ ସୁନ୍ଦରୀ ସୁପର ଗ୍ଲାମ ପ୍ରତିଯୋଗିତା ରେ ପୂଜାରୀଗୁଡ଼ା ର ଝିଅ ପ୍ରଥମ

masiha

ଦିବଂଗତ ବାନମ୍ୱର ଜେନା ଙ୍କୁ ଝୁରିଛି କୋରୋ ଗାଁ ମାଟି ଓ ଦ୍ଵାଦଶାହ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!