ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଡ଼ିକାଲରେ ରୋଗୀ ଓ ପ୍ରସୂତି ମହିଳାମାନଙ୍କୁ ଫଳ ବାଣ୍ଟିଲେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ

ଢେ଼ଙ୍କାନାଳ/ତାଳଚେର ( ମ ସୀ ହା) ୩୧/୦୩_ତାଳଚେର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ବିଶ୍ଵରୂପା ମା ହିଙ୍ଗୁଳା ଯାତ୍ରା ଅବସରରେ ତାଳଚେର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଠାରେ “ଯୁବଶକ୍ତି” ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ମେଡ଼ିକାଲରେ ସମସ୍ତ ରୋଗୀ ଓ ପ୍ରସୂତି ମହିଳା ମାନଙ୍କୁ ଫଳ ବଣ୍ଟନ କରିଥିଲେ l ଏହି ମେଡ଼ିକାଲ ଉପରେ ତାଳଚେର, ପରଜଙ୍ଗ, କଙ୍କଡାହାଡ଼, ପାଲଲହଡ଼ା, କଣିହାଁ ବ୍ଲକର ଲୋକମାନେ ସବୁବେଳେ ନିର୍ଭରଶୀଳ, ରାଜ୍ୟ ସରକାରଙ୍କର 5ଟି ମୋ ସରକାର ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ମେଡ଼ିକାଲ ରେ ରୋଗୀ ମାନଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ମିଳିପାରୁ ଅଛି l ଯାହା ଫଳରେ ରୋଗୀ ମାନଙ୍କ ମୁହଁରେ ସବୁବେଳେ ହସ ଫୁଟି ପାରୁଅଛିl ଏହି କାର୍ଯ୍ୟକ୍ରମରେ ତାଳଚେର ର ବରିଷ୍ଠ ସମାଜସେବୀ ବଳରାମ ପତି ଓ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିବେକ ଜଳ ତରଫରୁ ଜଳଛତ୍ର ଉଦଘାଟିତ

Sunil Chandra Nayak

ଡୁମେରମୁଣ୍ଡା ଗସ୍ତରେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

masiha

ଇମ୍ଫାରେ ୫୧ ତମ ବିଶ୍ଵ ପରିବେଶ ଦିବସ ପାଳିତ

Leave a Comment

error: Content is protected !!