ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ଡାବୁଗାଁ, ୧/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ସରକାରୀ (ଏସ୍.ଏସ.ଡି) ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାଗୃହ ରେ ଶନିବାର ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ , ସମସ୍ତ ଛାତ୍ରୀ ଓ କର୍ମଚାରୀ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଙ୍କ ମହାପୁରୁଷଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାପରେ ସାମୂହିକ ଭାବେ ବନ୍ଦେ ଉତ୍କଜନନୀ ସଙ୍ଗୀତ ଗାନ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଷୋୟୀଙ୍କ ଅଧ୍ୟକ୍ଷତା କରିଥିଲେ ଓ ଉତ୍କଳ ଦିବସ ପାଳନର ଉଦ୍ଦେଶ୍ୟ କହିଥିଲେ । ଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକୃତା ପ୍ରତିଯୋଗୀତା କରାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ମହାପୁରୁଷ ମାନଙ୍କର ଜୀବନୀ ବିଷୟ ରେ ପିଲାମାନଙ୍କୁ ବୁଝାଇ ଥିଲେ। ଶିକ୍ଷକ ସନାତନ ଭୋଇ ମଧୁବାବୁ ଙ୍କ ଜୀବନୀ ଆଲୋଚନା କରିଥିଲେ। ଶିକ୍ଷକ ମହେଶ୍ୱର ନାଥ ଆଜି ସମୟରେ ଆଧୁନିକ ଅଭିଭାବକ ମାନଙ୍କର ଓଡ଼ିଆ ଭାଷା ଠାରୁ ଇଂରାଜୀ ଭାଷା କୁ ଅଧୀକ ଗୁରୁତ୍ଵ ଦେବା ଓଡ଼ିଆ ଭାଷା ପ୍ରତି ବିପଦ ବୋଲି କହିଥିଲେ। ସେହିପରି ମାତୃଭୂମି ଓ ମାତୃଭାଷାକୁ ସମ୍ମାନ ଦେଲେ ଏ ଓଡ଼ିଆ ଜାତି ଆଗକୁ ବଢ଼ି ପାରିବ ବୋଲି ଶିକ୍ଷକ ଦିପ୍ତିରଞ୍ଜନ ବେହେରା କହିଥିଲେ। ଓଡ଼ିଆ ଭାଷା କୁ ସମୃଦ୍ଧ କରିବା ପାଇଁ ସରକାରଙ୍କର ଥିବା ଯୋଜନା ଗୁଡ଼ିକୁ ଶିକ୍ଷୟତ୍ରୀ କିରଣ ମାଳା ତିର୍କୀ ଉପସ୍ଥାପନା କରିଥିଲେ | ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବଙ୍କ ଉତ୍କଳ ଦିବସ ପାଳନ ସମ୍ବନ୍ଧେ ପ୍ରେରିତ ଚିଠି ପଠନ କରାଯାଇଥିଲା। ପୁରସ୍କାର ଓ ଚକଲେଟ୍ ବଣ୍ଟନ କରି ସଭାକାର୍ଯ୍ୟ ସମାପ୍ତ କରାଯାଇଥିଲା। ଏଥିରେ ଶିକ୍ଷୟତ୍ରୀ ଦମୟନ୍ତୀ ଦୋରା, କଳ୍ପନା ଉତ୍ଥାନସିଂ, ରଶ୍ମୀ ରଞ୍ଜିତା ନାୟକ, ଇତିଶ୍ରୀ ପ୍ରଧାନ, ସୁଦେଶ୍ନା ଯତି, ସୁପ୍ରିୟା ମହାକୁଡ଼, ସୁନାମଣି ପୂଜାରୀ, ରଶ୍ମୀ ରାଣୀ ପଣ୍ଡା, ନିଶାରାଣୀ ହଳଧର ପ୍ରଭୃତି ସହଯୋଗ କରିଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବସ୍ତା ଷ୍ଟେସନକୁ ରେଳ ବିଭାଗରେ ବୈମାତୃକ ମନୋଭାବ ପାଇଁ କଂଗ୍ରେସ ର ଦାବିପତ୍ର ପ୍ରଦାନ

masiha

ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ 

masiha

କର୍ଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!