ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳ ବୈଶାଖୀ ତାଣ୍ଡବ ଗୋବର୍ଲା ବିଦ୍ୟାଳୟରୁ ଉଡିଲା ଛାତ

ପାପଡାହାଣ୍ଡି,1/4, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଶନିବାର କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି | ଅପରାହ୍ନରେ ପ୍ରବଳ ବେଗରେ ପଵନ ସହ ହାଲୁକା ବର୍ଷା ହୋଇଛି | ପଵନ ପ୍ରଭାବ ରେ ଯେଇଏଲସି ପ୍ରାଥମିକ ବିଦ୍ୟାଳୟର ଟିଣ ଉଡିଯାଇଛି | ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକେ | କିଛି ଦିନ ତଳେ ପଂଚାୟତ ତରଫରୁ ବିଦ୍ୟାଳୟରେ ଏହି ଟିଣ ପକାଯାଇଥିଲା | ପବନ ଯୋଗୁଁ ସମସ୍ତ ଟିଣ ଉଡିଯାଇଥିବା ବେଳେ ବର୍ଷା ହେଲେ ଛାତ୍ରୀ ଛାତ୍ର କିପରି ପାଠ ପଢିବେ ସମସ୍ୟା ହୋଇପଡିଛି |ବିଦ୍ୟାଳୟର ଛାତ ଉଡିଯାଇଛି | ବିଦ୍ୟାଳୟରେ 1 ମ ରୁ ପଞ୍ଚମ ଲାଗି ଗୋଟିଏ ଘର ରହିଛି | ବର୍ଷା ହେଲେ ସେଥିରୁ ପାଣି ଝରୁଛି | ତେଣୁ ଶୀଘ୍ର ସମସ୍ୟାର ସମଧାନ ଲାଗି ସ୍ଥାନୀୟ ଅଞ୍ଚଳ ଲୋକେ ଦାବି କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକସଭା

ବେପରଓ୍ବା ଡ୍ରାଇଭିଂ ଘର ଭିତରେ ପଶିଗଲା ଟ୍ରାକ୍ଟର । ଜଣେ ଗୁରୁତର।

masiha

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

Leave a Comment

error: Content is protected !!