ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଓଡିଶା ଦିବସ ସମାରୋହ ରେ ପାଳିତ

ଢେଙ୍କାନାଳ,୧ା୪- ଢେଙ୍କାନାଳ ସଦର ମହକୁମାରେ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଂଧ୍ୟାରେ ସ୍ଥାନୀୟ ମିନିଷ୍ଟାଡିୟମ୍ ପରିସରରେ ଆୟୋଜିତ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ବରପୂତ୍ରମାନଙ୍କ ଅବଦାନକୁ ସ୍ମରଣ କରିଥିଲେ । ଗୋଟିଏ ଜାତିର ଭାଷା ହିଁ ଜାତିକୁ ଉନ୍ନତି ପଥରେ ଅଗ୍ରସର କରିଥାଏ । ତେଣୁ ଭାଷାର ଉନ୍ନତି ହେଲେ ଜାତିର ଉନ୍ନତି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓଡିଶା ଏକ ପଦ୍ମ ସଦୃଶ ହୋଇଥିବାବେଳେ ସମସ୍ତ ଜିଲ୍ଲା ଗୋଟିଏ ଗୋଟିଏ ପାଖୁଡା ସଦୃଶ । ଢେଙ୍କାନାଳ ଏହାର କେଶର ବୋଲି ସେ ମତବ୍ୟକ୍ତ କରିିଥିଲେ । ସମସ୍ତେ ମିଳିମିଶି ଭାଷାର ଉନ୍ନତି କରିବା ସହ ଢେଙ୍କାନାଳ ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେବାପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଡିଏଫଓ ସୁମିତ କର, ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତନ୍ମୟ ଦରୱାନ୍, ଅବସରପ୍ରାପ୍ତ ପ୍ରଫେସର ଅଟଳ ବିହାରୀ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ରାଉରକେଲା ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ପକ୍ଷରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଉଦ୍ଘାଟିତ ରାଉରକେଲା ସହରର ନଜର ରଖିବ ୨୨୦ ପୋଲିସ୍ ସିସିଟିଭି କ୍ୟାମେରା

Sunil Chandra Nayak

ଟଙ୍କା ଚୋରି ସନ୍ଦେହରେ ଭୁଲିଗଲା ସମ୍ପର୍କ

masiha

ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ରାୟଗଡ଼ ଜିଲ୍ଲା ର ତିନୋଟି ଆମ ହସପିଟାଲ ଲୋକାର୍ପିତ 

masiha

Leave a Comment

error: Content is protected !!