ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗବେଷିକା ସ୍ୱର୍ଣ୍ଣପ୍ରଭା ଖଟୁଆଙ୍କ ପିଏଚ୍.ଡି ଲାଭ

ସ୍ୱର୍ଣ୍ଣପ୍ରଭା ଖଟୁଆ ତାଙ୍କର ଗବେଷଣା ନିବନ୍ଧ “କବି ଶୈଳଜ ରବିଙ୍କ କାବ୍ୟମାନସ :ଏକ ଅଧ୍ୟୟନ “ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତକତପୁର,ବାରିପଦାରୁ ପିଏଚ୍.ଡି ଡିଗ୍ରୀ ଲାଭ କରିଛନ୍ତି l ସେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଓଡିଆ ବିଭାଗର ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଗବେଷଣା କରୁଥିଲେ l ତାଙ୍କ ନିବନ୍ଧଟି ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର କୈଳାଶ ପଟ୍ଟନାୟକ ଓ ବିଶିଷ୍ଟ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି l ଡକ୍ଟର ଖଟୁଆ ଯାଜପୁର ଜିଲ୍ଲା ,ଧର୍ମଶାଳା ବ୍ଳକ ଅନ୍ତର୍ଗତ ,ସଂପାରୁ ଗ୍ରାମପଞ୍ଚାୟତର ତୁରଙ୍ଗ (ସାହାସପୁର)ଗ୍ରାମର ଶ୍ରୀଯୁକ୍ତ ଯୁଗଳ ଚରଣ ଖଟୁଆ ,ଶ୍ରୀମତୀ ସତ୍ୟଭାମା ଖଟୁଆଙ୍କ ସୁକନ୍ୟା l ସେ ତାଙ୍କର ଏ ଶ୍ରେୟ ତାଙ୍କ ମାର୍ଗଦର୍ଶକ ମହାପାତ୍ର ସାର୍,କବି ଶୈଳଜ ରବି ସାର୍,ପିତାମାତା ,ବଡଭାଇଭଉଣୀ,ଭିଣେଇ ,ସାନଭାଇଭଉଣୀ,ବନ୍ଧୁ (ସମ୍ବିତ୍ ଭାଇ,ଦିନେଶ,ରଞ୍ଜିତ,ଅମ୍ରେଶ ଭାଇ,ଅଜୟଭାଇ,ଭବାନୀଶଙ୍କର,ରୋହିତ, ମିନତୀ,ସୁମିତ୍ରା, ସିମ୍ରନ )ତଥା ତାଙ୍କ ଜୀବନର ସମସ୍ତ ଗୁରୁମାନଙ୍କୁ ଅର୍ପଣ କରିଛନ୍ତି l ସ୍ୱର୍ଣ୍ଣପ୍ରଭା ଜଣେ ସ୍ରୁଜନଶୀଳ ସ୍ରଷ୍ଟା ଭାବରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁରସ୍କ୍ରୁତ ଓ ସମ୍ୱର୍ଦ୍ଧିତ ମଧ୍ୟ ହୋଇଛନ୍ତି l ସଂପ୍ରତି ଡକ୍ଟର ଖଟୁଆ ମୁକୁନ୍ଦପାତ୍ର ମହାବିଦ୍ୟାଳୟରେ ଓଡିଆ ଅଧ୍ୟାପିକା ଭାବରେ କାର୍ଯ୍ୟରତ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରଜ ହସ୍ତୀ ଙ୍କ ରିପୋର୍ଟ 

Related posts

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ ରଜସକ୍ରାନ୍ତି ପାଳନ 

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଦିବସ ପାଳନ

masiha

କଳାହାଣ୍ଡି ରେ 5G !  ପେରମଞ୍ଜି, ରାଣୀଡୁମେର, ସିରମସ୍କା,ଓ ଗୋପାଳପୁର ଠାରେ 5G ଟାଓ୍ବାର ଉଦଘାଟନ

Sunil Chandra Nayak

Leave a Comment

error: Content is protected !!