ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀରାମ ନାମରେ ଗୁଞ୍ଜରିତ ହେଲା ମଧୁ ମାଧବ ତୀର୍ଥ, ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

କୋକସରା,୧/୦୪- କଳାହାଣ୍ଡି ଜିଲ୍ଲାର ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଂଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ତଥା ମଧୁ ମାଧବ ତୀର୍ଥ କ୍ଷେତ୍ରରେ ଦୀର୍ଘ ୫୧ ବର୍ଷ ଧରି ଶ୍ରୀରାମ ନବମୀ ମହୋତ୍ସବ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ କମିଟି ପକ୍ଷରୁ ପାଳିତ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ୯ ଦିନ ବ୍ୟାପି ମହୋତ୍ସବ ମହା ସମାରୋହରେ ପାଳନ କରାଯାଉଛି। ମଧୁ ମାଧବ ତୀର୍ଥରେ ଥିବା ଶ୍ରୀରାମ ମନ୍ଦିରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପ୍ରଥମ ଦିନରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାନେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଛନ୍ତି। ଏହା ବ୍ୟତୀତ ଏହି ତୀର୍ଥ କ୍ଷେତ୍ରରେ ଥିବା ପୂଣ୍ୟକୁଣ୍ଡ, ବିଭୁତି କୁଣ୍ଡ, କଳ୍ପବଟ, ସୀତାକୁଣ୍ଡ, ଗୋକୁଣ୍ଡ ଦର୍ଶନ କରିଛନ୍ତି। ଉନ୍ନୟନ କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ, ଅନ୍ନଭୋଗ, ପାନୀୟ ଜଳ, ପାର୍କିଂ, ବିଶ୍ରାମ ନେବା ପାଇଁ ସୁବ୍ୟବସ୍ଥା କରାଯାଇଛି। ଶ୍ରୀରାମ ନବମୀ ମହୋତ୍ସବ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ବେଳେ ଆଗକୁ ଉନ୍ନୟନ କମିଟି ପକ୍ଷରୁ ଆଧ୍ୟାତ୍ମିକ ପ୍ରବକ୍ତା ତଥା ସଂସ୍କୃତି ଗବେଷକ କାଳୀକୃଷ୍ଣ ସଂଘ ସ୍ୱାମୀ ଜଗଦାନନ୍ଦ ଜି ମହାରାଜ ଓ ମନ୍ମଥ ନାଥ ପଣ୍ଡା ମହାରାଜଙ୍କ ଦିବ୍ୟ ପ୍ରବଚନ ସହ ଷୋହଳ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ରହିଛି। ଶ୍ରୀରାମ ନବମୀ ମହୋତ୍ସବ କାର୍ଯ୍ୟକ୍ରମକୁ ଗୁଡହାଣ୍ଡି ଉନ୍ନୟନ କମିଟିର କର୍ମକର୍ତ୍ତା ଓ ମହିମା, ଘଣ୍ଟିଗୁଡା ଓ ଖଲିଗଡ଼ ଗ୍ରାମର ପୁରୁଷ ମହିଳା ସ୍ବେଚ୍ଛାସେବୀ ମାନେ ନିଃସ୍ୱାର୍ଥପର ଭାବେ ସହଯୋଗ କରୁଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ 

masiha

ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ବାଲିଗୁଡାରେ ରଥଯାତ୍ରା ଅନୁଷ୍ଠିତ : ସୁଭଦ୍ରା ରଥ କୁ ଟାଣିଲେ ମହିଳା ଶ୍ରଦ୍ଧାଳୁ 

Sunil Chandra Nayak

ଖଇରମାଲ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

Leave a Comment

error: Content is protected !!