ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃଗ ବିହାର ନିକଟରେ ଯାନବାହାନ ଯାଞ୍ଚ

ପାପଡାହାଣ୍ଡି 2/4, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ମୃଗ ବିହାର ନିକଟରେ ରବିବାର ପାପଡାହାଣ୍ଡି ପୋଲିସ ଏବଂ ନବରଙ୍ଗପୁର ଆଞ୍ଚଳିକ ପରିବହନ ବିଭାଗ ତରଫରୁ ମିଳିତ ଭାବେ ଯାନବାହାନ ଯାଞ୍ଚ କରାଯାଇଥିଲା | ଯାଞ୍ଚ ସମୟରେ ତିନି ଜଣ ମଦ୍ୟପ ଡ୍ରାଇଭର ଙ୍କୁ ଗିରଫ କରାଯାଇଥିବା ବେଳେ ଅନେକ ବିନା ହେଲମେଟ ରେ ଗାଡି ଚଳାଉଥିବା ବ୍ୟକ୍ତି ଙ୍କୁ ଜରିମାନା କରାଯାଇଛି | ଏହି ଯାନବାହାନ ଯାଞ୍ଚ ସମୟରେ ନବରଙ୍ଗପୁର ଆଞ୍ଚଳିକ ପରିବହନ ବିଭାଗ ର କନିଷ୍ଠ ମୋଟର ଯାଞ୍ଚ ନିରକ୍ଷକ ଉପେନ୍ଦ୍ର ପୁଷିକା , ବିଜୟ କୁମାର ସେଠି, ଦିଲୀପ ନାୟକ , ବାଲାଜୀ ଚୌଧୁରୀ , ପାପଡାହାଣ୍ଡି ଆଇ ଆଇ ସି ଦୀପକ କୁମାର ଜେନା, ସେକେଣ୍ଡ ଅଫିସର ଶିବଜି ପଣ୍ଡା , ତିନି ଜଣ ହାବିଲଦାର ଏବଂ ହୋମ ଗାର୍ଡ ସାମିଲ ଥିଲେ | ସାରା ରାଜ୍ୟରେ ଜିରୋ ଫାଂଟାଲିଟି ସପ୍ତାହ ପାଳନ ହେଉଥିବା ବେଳେ ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଯାଞ୍ଚ କଡାକଡି କରାଯାଇଛି।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ କାର୍ଯ୍ୟାଳୟରେ ନାହାନ୍ତି ନିର୍ବାହି ଅଧିକାରୀ

masiha

ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

masiha

ହାଟବରଡି ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ଦେବଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!