ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ବିରୋଧରେ କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ନବରଙ୍ଗପୁର:(ମସିହା) ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ପରିସରରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ବିରୋଧରେ ଏକ ସାମ୍ୱାଦିକ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ଙ୍କ ଉପସ୍ଥିତି ରେ ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ ସଦସ୍ୟ ଙ୍କୁ ନେଇ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପିସିସି କାର୍ଯ୍ୟାଳୟ ପର୍ଯ୍ୟବେକ୍ଷକ ଭାବେ ମାଲକାନଗିରିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନିମାଇ ସରକାର ଯୋଗଦେଇ ଦେଶ ସ୍ବାଧୀନ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ମାନହାନି ମକଦ୍ଦମା ରେ ସର୍ବାଧିକ ଦୁଇ ବର୍ଷ କାରାଦଣ୍ଡ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କାହାକୁ ହୋଇନାହିଁ। ରାହୁଲ ଗାନ୍ଧୀ ସଂସଦରେ ଆଦାନୀ ପ୍ରସଙ୍ଗ ଉଠାଇବାର ମାସକ ଭିତରେ ଏହି ଦଣ୍ଡାଦେଶ ଶୁଣାଯାଇଛି।୨୦୧୯ ମସିହାର କେସ ପଡି ରହିଥିଲା। ତରବରିଆ ଭାବେ ରାୟ ଶୁଣାଇବାର ୨୪ ଘଣ୍ଟା ମଧ୍ୟରେ ସଭ୍ୟ ପଦ ରଦ୍ଦ ହେବାର କିଛି ନା କିଛି ରହସ୍ୟ ରହିଥିବା ଶ୍ରୀ ସରକାର ଅଭିଯୋଗ କରିଛନ୍ତି। ଏହା କୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ଶ୍ରୀ ସରକାର କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସଦନ ନାୟକ ଙ୍କ ସମେତ କଂଗ୍ରେସ ନେତା ବୃନ୍ଦାବନ ତ୍ରିପାଠୀ,ଦିଲ୍ଲୀପ ବେହେରା, ସାହୁଙ୍କ ସମେତ ଛାତ୍ର,ଯୁବ,ମହିଳା କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣା ରାଜ୍ୟରେ ଭୁଶୁଡ଼ି ଗଲାଣି ଆଇନର ଶାସନ: ବିଜେଡି

ବି ଜେ ପି ମଣ୍ଡି ଅବ୍ୟବସ୍ଥା ନେଇ ଦେଲା ଦାବୀପତ୍ର ଓ ଗୋବିନ୍ଦ ସାହୁଙ୍କ ମ୍ରୁତ୍ୟୁ ସନ୍ଦେହ ନେଇ ସତ୍ୟାଗ୍ରହ ପ୍ରତିବାଦ

Sunil Chandra Nayak

ବନ୍ଦୁଗାଁ ରେ ଘର ଘର ହାତ ଘରେ ଘରେ କଂଗ୍ରେସ 

masiha

Leave a Comment

error: Content is protected !!