ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନର ଧମକ ଦେଲା କଂଗ୍ରେସ

ବାଲେଶ୍ଵର,୨୨/୭/୨୩ – ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ତଳୀ କଂଗ୍ରେସ ପକ୍ଷରୁ ୫ ଦଫା ଦାବି ନେଇ ତା ୨୧/୭/୨୩ ରିଖରେ ବସ୍ତା ବିଦ୍ଯୁତ ଡିଭିଜନ କାର୍ଯ୍ଯାଳୟ ସମ୍ନୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଅଘୋଷିତ ବିଦ୍ଯୁତ କାଟ, ଅହେତୁକ ଦରବୃଦ୍ଧି ବନ୍ଦ କରିବା, ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ବିଦ୍ଯୁତ୍ ବିଲ ଆଦାୟ କରିବା, ବକେୟା ବିଦ୍ଯୁତ୍ ବିଲ୍ ଆଦାୟ ବେଳେ ଗ୍ରାହକଙ୍କ ଉପରେ ଜୁଲମ ନ କରିବା, ସରକାରଙ୍କ ପକ୍ଷରୁ ବିଦ୍ଯୁତ୍ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରା ଯାଇଥିବା ୧୫ ହଜାର କୋଟି ଟଙ୍କାର ଶ୍ବେତପତ୍ର ତୁରନ୍ତ ପ୍ରଦାନ କରିବା ଇତ୍ଯାଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ପ୍ରାୟ ଏକ ହଜାରେରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ କୁଡିଆ ବ୍ରିଜ ନିକଟରୁ ବସ୍ତା ବିଦ୍ଯୁତ ଡିଭିଜନ କାର୍ଯ୍ଯାଳୟ ପର୍ଯ୍ଯନ୍ତ ରାଲି କରି ଆସିବା ପରେ ବିକ୍ଷୋଭ ପ୍ରଦର୍ଶନ ଏବଂ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଯଦି ଏହି ଦାବି ଗୁଡିକ ପୂରଣ ପାଇଁ ଟାଳଟୂଳ ନୀତି ଅବଲମ୍ବନ କରାଯାଏ, ତାହାଲେ ପ୍ରଦେଶ କଂଗ୍ରେସ ପକ୍ଷରୁ ସାରା ରାଜ୍ଯରେ ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଶ୍ଵହିନ୍ଦୁ ପରିଷଦ ପ୍ରଖଣ୍ଡ ସଭାପତି ରୁ ଇସ୍ତଫା

masiha

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ପଦଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ, ଜିଲ୍ଲା କଂଗ୍ରେସର ପଦଯାତ୍ରା

masiha

ଭାରତୀୟ ଜନତା ପାର୍ଟି ସାଙ୍ଗଠନିକ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!