ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହେଁସଡା(ସାମିଲ ଗିଦିଘାଟୀ) ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ତାଲା ଓ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

ମୟୂରଭଞ୍ଜ – (ମସିହା)ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ହେଁସଡା( ସାମିଲ ଗିଦିଘାଟୀ) ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟାପକ ଅନିୟମିତତା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର କରିଛନ୍ତି । ସୂଚନାଯୋଗ୍ୟ ଶ୍ରୀମତୀ ମାନିନୀ ମୁଣ୍ଡା ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭାବରେ କାମ କରନ୍ତି ।ହେଲେ ଅଙ୍ଗନବାଡ଼ି କେନ୍ଦ୍ରକୁ ନିୟମିତ ଆସନ୍ତି ନାହିଁ ।ବର୍ଷେ ହେଲା ଗର୍ଭବତୀ ମହିଳାଙ୍କୁ ନିୟମିତ ଛତୁଆ,ଡାଲି ,ଅଣ୍ଡା,ଆଇରନ ବଟିକା, କ୍ୟାଲସିୟମ ବଟିକା,ଆଇରନ ବଟିକା ଦେଉନାହାନ୍ତି ।ମମତା ଟଙ୍କା ମଧ୍ୟ ନ ଦେବାରୁ ଅଭିଯୋଗ ହେଉଛି ।କୁନି କୁନି ପିଲାଙ୍କୁ ୬ ମାସ ହେଲା ମଧ୍ୟାହ୍ନ ଭୋଜନ ଓ ଅଣ୍ଡା ଦେଇ ନାହାନ୍ତି । ଅଙ୍ଗନବାଡ଼ି କର୍ମୀ ମାସକୁ ୧୫/୧୬ ଦିନ ଆସନ୍ତି ନାହିଁ କି ପିଲା ମାନଙ୍କୁ ପଢାନ୍ତି ନାହିଁ । ଗ୍ରାମବାସୀ ତାଙ୍କୁ ପଚାରିଲେ କୁହନ୍ତି ମୁଁ ଠିକ୍ କାମ କରୁଛି ଯାହା କୁ ଚିଠି ଲେଖୁଛ ଲେଖ ମୋର ଡରିବାର ନାହିଁ । ଏହାକୁ ନେଇ ୧୭/୩ ରେ ବହଳଦା ସିଡିପିଓଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ ।୨୩/୩ ରେ ୪ ଜଣ ସୁପରଭାଇଜର ସରଜମିନ ତଦନ୍ତ ଗ୍ରାମବାସୀ ଓ ଅଙ୍ଗନବାଡି କର୍ମିଙ୍କ ସହ ସମସ୍ତଙ୍କ ଉପସ୍ଥିତିରେ କରି ଫେରି ଯାଇଥିଲେ ।ନିର୍ଯ୍ଯାସ ଶୂନ । କାର୍ଯ୍ୟାନୁଷ୍ଠାନ ଶୂନ ।ଫଳରେ ଗ୍ରାମବାସୀମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ମାରି ଦେଇଛନ୍ତି ।ରାଜ୍ୟ ସରକାର କୋଟିକୋଟି ଟଙ୍କା ଅଙ୍ଗନବାଡ଼ି କେନ୍ଦ୍ରରେ ଖର୍ଚ କରୁଛନ୍ତି ଯେମିତି ଗର୍ଭବତୀ ମହିଳା ଓ କୁନି କୁନି ପିଲା ସୁଫଳ ପୁଷ୍ଟିକର ଖାଦ୍ୟ , ଔଷଧ ପାଇବେ ।ହେଲେ ତଳ ସ୍ତରର ଅଙ୍ଗନବାଡ଼ି କର୍ମୀ ଏହାକୁ ଫସର ପକାଉଛନ୍ତି ।ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ଜିଲ୍ଲାପାଳ, ଉପଜିଲ୍ଲାପାଳ,ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରି ତୁରନ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ବହିଷ୍କାର କରି ନୂତନ ଅଙ୍ଗନୱାଡ଼ି କରନ୍ତି ନିଯୁକ୍ତି ପାଇଁ ଅନୁରୋଧ କରିଛନ୍ତି । ଲିଖିତ ଅଭିଯୋଗ କାରିହେଲେ ହେଲେ କାକରା ମାର୍ଣ୍ଡୀ,ସୋମବାରି ମାରାଣ୍ଡୀ,ସୋମବାରୀ ବିନ୍ଧାଣି, ଜ୍ୟୋତ୍ସ୍ନା ଏବଂ ଅନ୍ୟ ଗ୍ରାମବାସୀ ବୃନ୍ଦ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚିଲିଗୁଡା ଓ ବଣିଜରାରେ ଆମ୍ବେଦକର ଜୟନ୍ତୀ ପାଳନ

Sunil Chandra Nayak

ମାଁ ଙ୍କ ନାମରେ ୧୪୦୦୦ ବୃକ୍ଷରୋପଣ, ସ୍ବଚ୍ଛତା ପଦଯାତ୍ରା ଓ ସ୍ବଚ୍ଛତା ଉତ୍ସବ ପାଳିତ 

Sunil Chandra Nayak

ପୁନଃ ଆର୍ବିକ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ନିଆଲଙ୍କ କବିତା

masiha

Leave a Comment

error: Content is protected !!