ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ ଦ୍ବାରା ବିଶୋଇରେ ଜଗନ୍ନାଥ ମନ୍ଦିର ଭୂମି ପୂଜନ

ମୟୂରଭଞ୍ଜ -୩/୪ (ମସିହା)ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ ସ୍ଥିତ ବିଶୋଇ ବଜରଙ୍ଗ ପୀଠ ପରିସରରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଯୋଗଦେଇ ଭୂମି ପୂଜନ ନିମନ୍ତେ ଶୁଭ ଦେଇଥିଲେ।ଏହି ଅବସରରେ ଭକ୍ତଙ୍କ ଶଙ୍ଖ ହୁଳୁହୁଳି ନାଦରେ ବଜରଙ୍ଗ ପୀଠ ପ୍ରକମ୍ପିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ହନୁମାନ ମନ୍ଦିରର ପୂଜକ ନିରାକାର ଦାସ ଓ ପୂଜକ ଦେବାଶିଷ ବାନାର୍ଜୀ ଭୂମି ପୂଜନର ସମସ୍ତ ପୂଜା ବିଧି କରିଥିଲେ। ଏହି ବଜରଙ୍ଗ ପୀଠରେ ପୂର୍ବରୁ ହନୁମାନ ମନ୍ଦିର ସ୍ଥାପିତ ହୋଇଥିବା ବେଳେ ନୂତନ ଭାବରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠିତ ହୋଇଛି, ତତ୍ ସହିତ ଆଜି ବିଶୋଇ ବଜରଙ୍ଗ ପୀଠ ଠାରେ ଜଗନ୍ନାଥ ମନ୍ଦିର ଭୂମି ପୂଜନ ହେବା ପରେ ବିଶୋଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ପୀଠ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଭୂମି ପୂଜନ ସମୟରେ ବିଶୋଇ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ।

 
 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବେଲଖଣ୍ଡି ରେ ଶିବରାତ୍ରି ଜାଗର ରାତ୍ରୀ

Sunil Chandra Nayak

ବାବା ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ଶୈବ ପୀଠରେ ଶ୍ରାବଣୀ ଉତ୍ସବ

Sunil Chandra Nayak

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସ ପାଳିତ 

Sunil Chandra Nayak

Leave a Comment

error: Content is protected !!