ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଟିକୁ ପଛରୁ ଧକ୍କା ଦେଇ ବସ ନେଲା ଯୁବତୀର ନେଲା ପ୍ରାଣ

ମୟୂରଭଞ୍ଜ -୩/୪ (ମସିହା)ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର ବାରିପଦାର ବାଲେଶ୍ବର ଗୋଲାଇ ଛକରେ ଉଦଳା ଆଡୁ ଆସୁଥିବା ଘରୋଇ ବସ୍ ଦୁଲାରୀ ସାମ୍ନାରେ ଏକ ସ୍କୁଟିକୁ ପଛରୁ ଧକ୍କା ଦେବା ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସ୍କୁଟିରେ ଦୁଇ ଆରୋହୀ ଜଣକ ଡାକ ବିଭାଗରେ କାର୍ଯ୍ୟରତ ।କପ୍ତୀପଦା ଅଂଚଳର ସାନ ବିଶଳ ଗ୍ରାମର ରଶ୍ମୀତା ଵେହାରଙ୍କର ମୃତ୍ୟୁ ହୋଇଥିବା ବେଳେ ସାଥୀ କ୍ରାନ୍ତିପ୍ରଭା ମହାପାତ୍ର ଗୁରୁତର ହୋଇଥିଲେ ।ବସ ପଛ ଚକ ତଳେ ରଶ୍ମୀତା ପେଶି ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ତେଜନାକୁ ପ୍ରଶମନ କରି ଦୁର୍ଘଟଣା ଜନିତ ମାମଲା ରୁଜୁ କରି ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ବର୍ତମାନ ରାଜ୍ୟ ସରକାର ଶୂନ‌ ଦୁର୍ଘଟଣା ସପ୍ତାହ ପାଳନ କରୁଥିବା ବେଳେ କିଭଳି ଅକସ୍ମାତ ନା ମଣିଷକୃତ ନା ପରିଵହନ ବିଭାଗର ସମୟ ଅନୂସରଣୀକୁ ନେଇ ପ୍ରତିଯୋଗିତା ମୂଳକ ଦୃତ ଗତିରେ ଗାଡି ଚଳାଇ ଦୁର୍ଘଟଣା ଭିଆଇବା ତାହା ତଦନ୍ତ ସାପେକ୍ଷ !ଅକାଳରେ ଜୀବନ ଚାଲିଗଲା ,ଘର ଲୋକେ ମ୍ରିୟମାଣ,ଡାକ ବିଭାଗର କର୍ମଚାରୀମାନେ ତାଙ୍କ ସହକର୍ମୀଙ୍କୁ ହରାଇ ମ୍ରିୟମାଣ !

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାଳିକା ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଉଦଘାଟନ ଓ ୧୦୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲର ନିର୍ମାଣ ପାଇଁ ଶୁଭାରମ୍ଭ

Sunil Chandra Nayak

ମହଖଣ୍ଡରେ ନିମ୍ନମାନର ରାସ୍ତା କାମ ଅଭିଯୋଗ

Sunil Chandra Nayak

ଯୋଗ-୩୬୫’ ନିମିତ୍ତ ସଂକଳ୍ପ ପାଠ ରାଉରକେଲା କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!