ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକଡ଼ାଳି ଉଚ୍ଚପ୍ରାଥମିକ ବିଦ୍ୟାଳୟ ନିକଟରେ ମାଣ୍ଡିଆ ଦ୍ବାରା ପୁଷ୍ଟିକର ଖାଦ୍ୟ ମେଳା

   ମୟୂରଭଞ୍ଜ – (ମସିହା) ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ରାଇହରି ପଂଚୟତ ଏକଡାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ପୁଷ୍ଟିକର ଶସ୍ୟ ଖାଦ୍ୟ ମେଳା ସ୍ବେଛାସେବୀ ଅନୁଷ୍ଠାନ ‘ଦୁଲାଲ’ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାକୁ ମୁଖ୍ୟ ଅତିଥି ଭାବେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀସରୋଜ କୁମାର ଦାସ ମହୋଦୟ ଫିତା କାଟି ଶୁଭ ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ବିଡ଼ିଓ ଯୋଗ ରଂଜନ ନାୟକ,ଅନ୍ୟତମ ଅତିଥି ତହସିଲଦାର ଜଗବନ୍ଧୁ ମଲ୍ଲିକ, ସହକାରୀ କୃଷି ଅଧିକାରୀ ଅଜୟ ମହାନ୍ତି କୃଷି ଅଧିକାରୀ,ରାଇହରି ସରପଞ୍ଚ ରାମଚନ୍ଦ୍ର ବେଶ୍ରା, ରାଇହରି ପଞ୍ଚୟତର ସମିତି ସଭ୍ୟ ଆଶିଷ କୁମାର ଦାସ,ରାଇରଙ୍ଗପୁର ଜିଲ୍ଲା କୃଷି ଅଧିକାରୀ କିସୁନ ମୁର୍ମୁ ଏବଂ ଦୁଲାଲର ପ୍ରୋଗ୍ରାମ କୋଅର୍ଡିନେଟର ଅରୁଣ ଶେଖର,ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ କରି ମିଲେଟ ମେଳାର ଶୁଭ ଉଦ୍ଘାଟନ କରିଥିଲେ ।  ଅତିଥିବୃନ୍ଦ ମାଣ୍ଡିଆ ଚାଷର ଉପକାରିତା,ବ୍ଯବହାରିତା, ଦୈନନ୍ଦିନ ଖାଦ୍ୟରେ ଜଳଖିଆ ରେ ଖାଦ୍ୟରେ ବ୍ୟବହାର କରିବା,କିପରି ଚାଷ କରିବା,ଚାଷର ପ୍ରଣାଳୀ,ଚାଷ ପାଇଁ ସରକାରଙ୍କ ତରଫରୁ ବିହନ,ସାର,ଆବଶ୍ୟକୀୟ ଜ୍ଞାନ, ଯନ୍ତ୍ର, ସରକାରଙ୍କ ପ୍ରୋତ୍ସାହନ ରାଶି,ବିକ୍ରୟ ପାଇଁ ସରକାରଙ୍କ ମଣ୍ଡି ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଜୟ ଶ୍ରୀ ରାମ, ଡାଇମଣ୍ଡ, ମା ଅମ୍ବିକା ସ୍ବୟଂ ସହାୟିକା ଗୋଷ୍ଠୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ସ୍ୱୟଂ ସହାୟକ ମହିଳା ମାନେ ସେମାନଙ୍କ ଦ୍ବାରା ମାଣ୍ଡିଆରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିବା ସୁସ୍ବାଦୁ ଗୁଲୁଗୁଲା , ଚିଙ୍ଗୁଡ଼ି ପୋଡ଼ା, ଜିଲାପି , ସେଓ , ସିଙ୍ଗଡା , ଆଲୁଚପ , ଖୋଜା , ନିମିକି , କାକରା , ପୁରି , ଇଟଲି ,ମାଲପା,ମାଂସ ପିଠା, ପିଠା,ଗଜା,ଖଜା,ଖିରି,ସିଝାମଣ୍ଡା, ଇତ୍ୟାଦି ଵହୁ ପ୍ରକାରର ଖାଦ୍ୟପ୍ରସ୍ତୁତ କରି ଖାଦ୍ଯ ମେଳାରେ ପ୍ରଦର୍ଶିତ ହୋଇଥିଲା । ସମସ୍ତଙ୍କ ସୁସ୍ବାଦୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ମାଣ୍ଡିଆରେ ଖାଦ୍ୟରେ ଭରପୁର ଭିଟାମିନ ଓ କ୍ୟାଲସିୟମ ପୁରି ରହିଛି ବୋଲି ଅଧିକାରୀ ବୃନ୍ଦ କହିଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାଣ୍ଡିଆ ଚାଷ କରିବା ଉଚିତ ।କାରଣ କମ ଜଳରେ ଏହା ଚାଷ କରାଯାଇପାରିବ । ଚାଷୀମାନଙ୍କୁ ମାଣ୍ଡିଆ ଚାଷ ପ୍ରତି ଅଧିକରୁ ଅଧିକ ସଚେତନ କରାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଚଳିତ ବର୍ଷ ମିଲେଟ ବର୍ଷ ଭାବରେ ଘୋଷାଣା କରିଛନ୍ତି ।ଚଳିତ ବର୍ଷ ବିଜାତଳା ବ୍ଳକର ବିଭିନ୍ନ ପଞ୍ଚାୟତରେ ଖରିଫ୍ ଋତୁ ପାଇଁ ୨୦୦ ହେକ୍ଟର ମାଣ୍ଡିଆ ଚାଷ କରାଯିବା ପାଇଁଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଵୋଲି ‘ଦୁଲାଲ’ ଏନଜିଓର ବ୍ଳକ ସଂଯୋଜକ ଅରୁଣ ଶେଖର ସୂଚନା ଦେଇଥିଲେ । ପରେ ଉପସ୍ଥିତ ଥିବା ସ୍ବୟଂ ସହାୟିକା ଗୋଷ୍ଠୀୟ ସଦସ୍ୟମାନଙ୍କ ମଧ୍ୟରେ ମାଣ୍ଡିଆ ଚାଷ ସଂକ୍ରାନ୍ତୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।୧୫ ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମକୁ ବିଷ୍ଣୁପଦ ରଣା,ବଙ୍ଗାଳି ହେମ୍ବ୍ରମ,ଅଜିତ ବେହେରା,ବିକ୍ରମ ମାଝୀ,ନରେଶ ନାଏକ,ବାହାଲ ମାଝୀ,ନରେଶ ଚନ୍ଦ୍ର ନାୟକ,ଅଜିତ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଶେଷରେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିବାରୁ ସମସ୍ତଙ୍କୁ ସଂଯୋଜକ ଅରୁଣ ଶେଖର ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ମୋଟର ସାଇକେଲ ଦୁର୍ଘଟଣା ଯୁବକ ମୃତ 

masiha

ମଠକରଗୋଳା ମହାବିଦ୍ୟାଳୟ  ଓଡ଼ିଆ ବିଭାଗର ନବୀନ ବରଣ ଉତ୍ସବ 

Sunil Chandra Nayak

ମୃତ ଅଙ୍ଗନବାଡିଙ୍କ ଭଉଣୀଙ୍କୁ ନିଯୁକ୍ତି ଦାବିରେ ହିର୍ଲି ଅଙ୍ଗନବାଡି କେନ୍ଦ୍ରରେ ତାଲା

masiha

Leave a Comment

error: Content is protected !!