ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ଦ୍ରବ୍ୟ ଖାଇ ବୃଦ୍ଧଙ୍କ ଆତ୍ମହତ୍ୟା

ଡାବୁଗାଁ, ୩/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଧନସରା ଗ୍ରାମରେ ବିଷାକ୍ତ ଦ୍ରବ୍ୟ ଖାଇ ବୃଦ୍ଧଙ୍କ ଆତ୍ମହତ୍ୟା ନେଇ ସୋମବାର ଡାବୁଗାଁ ଥାନା ରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଧନସରା ଗ୍ରାମର ଜଗନ୍ନାଥ ଶବର(୭୦) ରବିବାର ରାତିରେ ଖାଇ ସାରି ଶୋଇଥିଲା | ପରିବାର ଲୋକ ମଧ୍ୟ ରାତ୍ର ଭୋଜନ ସାରି ଶୋଇଥିଲେ | ରାତ୍ର ପ୍ରାୟ ୧୨ ଘ. ସମୟରେ ଜଗନ୍ନାଥ ଅସ୍ତବ୍ୟତା ହୋଇ ବାନ୍ତି କରିଥିଲେ | ପରିବାର ଲୋକେ ଶବ୍ଦ ଶୁଣି ଉଠି ଦେଖିଥିଲେ ଯେ ଜଗନ୍ନାଥ ଅସ୍ତବ୍ୟସ୍ତ ହେଉଛନ୍ତି | ଜାଣିବାକୁ ପାଇହତିଳେ ଯେ ଜଗନ୍ନାଥ କୌଣସି ବିଷାକ୍ତ ଦ୍ରବ୍ୟ ଖାଇଦେଇଛନ୍ତି | ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା | ରାତ୍ର ପ୍ରାୟ ୧.୩୦ ଘ. ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଜଗନ୍ନାଥଙ୍କର ମୃତ୍ୟୁ ଘଟିଥିଲା | ଏନେଇ ତାଙ୍କ ପୁଅ ରାମନାଥ ଶବର ସୋମବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଳକୁ ଭିତ୍ତି କରି ଥାନା ଏଏସଆଇ ପୁଷ୍ପଲତା ସୁନାନୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

ଜିଲା ସ୍ତରୀୟ ବିଜ୍ଞାନ ମେଳରେ ଛାତ୍ରଙ୍କ କୃତିତ୍ଵ

Sunil Chandra Nayak

ଅଣ ଗେଜେଟେଡ଼ ବନସେବା ସମୂହ ଛୁଟି ନେଇ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!