ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ଅନୁଷ୍ଠାନର ଓଡିଶା ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା

ରାଉରକେଲା/ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଗରିମା ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ପଞ୍ଚମ ଓଡିଶା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାଦମ୍ବିନୀ ଓ କୁନି କଥା ପତ୍ରିକାର ସଂପାଦିକା ଡଃ ଇତିରାଣୀ ସାମନ୍ତ ମୁଖ୍ୟଅତିଥି, ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ସୀମା ଫତିମା ଏକ୍କା ଓ ଏନଆଇଟି ର ଡେପୁଟି ରେଜିଷ୍ଟ୍ରାର ସ୍ବାଗତିକା ସାହୁ ସମ୍ମାନିତ ଅତିଥି ଓ ଗୃହସ୍ଥି ର ମୁଖ୍ୟ ଗଣେଶ ବାଗାଡିଆ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଉତ୍କଳ ଦିବସ ପାଳନର ଆବଶ୍ୟକତା ଓ ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହା ସହ ଅନୁଷ୍ଠାନର ସମସ୍ତ ମହିଳା ସଦସ୍ୟା ମାନଙ୍କୁ ସେମାନଙ୍କ ଅଭିନବ ପ୍ରୟାସ ପାଇଁ ସାଧୁବାଦ ଦେଇଥିଲେ । ପ୍ରାରମ୍ଭରେ ଗରିମା ପରିବାରର ସଦସ୍ୟଙ୍କ ଦ୍ବାରା ବନ୍ଦେ ଉତ୍କଳ ଜନନୀ ଗାନ ଓ ଓଡ଼ିଶା କୁ ଗର୍ବିତ କରିଥିବା ମହିଳାଙ୍କ କ୍ରୀଡାବିତ୍ ଙ୍କ ଡେମୋ ତଥା ମହିଳା ସଶକ୍ତିକରଣ ଉପରେ ଆଧାରିତ କାର୍ଯ୍ୟକ୍ରମ ସମସ୍ତଙ୍କୁ ମୋହବିଷ୍ଟ କରିଥିଲା । ପରେ ସାଗର ରିଦିମ ତରଫରୁ କୋରାପୁଟିଆ ନୃତ୍ୟ, ଓଡିଶୀ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରିଥିଲା । ଏହି ଅବସରରେ ଟାଙ୍ଗରପାଲୀ ବ୍ଲକର ସମାଜସେବୀ ରାଜଲକ୍ଷ୍ମୀ ଦାସ, ବେଲସରା ଆଶ୍ରମର ମୁଖ୍ୟ ଭାରତୀ ନାହାକ ଓ ସାମ୍ବାଦିକା ରଂଜିତା ବେହେରା ଙ୍କୁ ଗରିମା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ସମସ୍ତ ମହିଳା ସଦସ୍ୟାଙ୍କ ସମ୍ବଲପୁରୀ ଶାଢୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ କୟାଲ ସ୍ବାଗତ ଭାଷଣ ଓ ସାଧାରଣ ସଂପାଦକ ଶ୍ରୀ ଜେନା ଅତିଥିଙ୍କ ପରିଚୟ ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମୋନାଲିସା ସାହୁଙ୍କ ସଂଯୋଜନାରେ ଅନୁଷ୍ଠାନର ଉପଦେଷ୍ଟା ରଶ୍ମିତ ସାହାଣୀ,ମମତା ନାୟକ, ଲୀନା ତ୍ରିପାଠୀ,ଡଃ ସରିତା ମଲ୍ଲ, ମୀନାକ୍ଷୀ ପାଢୀ,ପ୍ରଣତୀ ଜେନା, ଶାନ୍ତିଲତା ବାରିକ, ସିଲି ମହାନ୍ତି,ଶଙ୍ଖରିନା ପ୍ରଧାନ, ଶର୍ମିଲା ରାଜଗୁରୁ,ମମତା ଦାସ, ମୋନାଲିସା ଗୌଡ, ରେବତୀ ବାରିକ, ଦେବସ୍ମିତା ଶତପଥୀ, ସାଗର ଜେନା, ସୁମିତ୍ରା ଦାସ, ସୁନିତା ଶ୍ରୀନିବାସନ, ନିହାରିକା ବସ୍ତିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଉପଦେଷ୍ଟା ଶ୍ରୀ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

Sunil Chandra Nayak

ଜିଲ୍ଲା ପାଳଙ୍କ ଜନଶୁଣାଣି ଶିବିର

Sunil Chandra Nayak

ସହାୟତା ଅପେକ୍ଷାରେ ପରିବା ଚାଷୀ 

Sunil Chandra Nayak

Leave a Comment

error: Content is protected !!