ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରସି ଲଗାଈଥିବା ଝୁଲନ୍ତା ଶବ ଉଦ୍ଧାର

ବନ୍ଧୁଗାଁ ତା,୪/୪/୨୩ ବନ୍ଧୁଗାଁ ଥାନା ଅନ୍ତର୍ଗତ କୁମ୍ଭାରୀପୁଟ ପଞ୍ଚାୟତର ଉପର ଜମ୍ବୁଗୁଡା ଗ୍ରାମରେ ଜଣେ ବ୍ୟକ୍ତି ନିଜ ଘରେ ରସି ଲଗାଈ ଆତ୍ମହତ୍ୟା ହୋଇ ଥିବା ଝୁଲନ୍ତା ଶବ ଉଦ୍ଧାର I ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଲେ ମେଲେକା ରିଙ୍କୁ (୨୦) I ଉକ୍ତ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି I ଗତ ମାସ ଫେବୃଆରୀରେ ରିଙ୍କୁର ସ୍ତ୍ରି ରିନା ମେଲେକା ନିଜ ବାପ ଘରକୁ ନୀଳାବାଡି ପଞ୍ଚାୟତର ସାବଡାମ ଗାଁକୁ ଯାଇଥିଲା I ବର୍ତ୍ତମାନ ରିନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ନିଜ ଦେହ ଟିକେ ଅସୁସ୍ଥ ଯୋଗୁଁ ନିଜ ବାପ ଘରେ ରହିଅଛି I ଗତକାଲି ରିଙ୍କୁ ନିଜ ଶ୍ରୀ ରିନା ଓ ନିଜ ଛୁଆକୁ ଡାକି ନିଜ ଘରକୁ ନେବାପାଇଁ ସାବଡାମ ଗାଁକୁ ଯାଇଥିଲା I ରୀନାଙ୍କ ବାପା ରୀନାର ଦେହ ଅସୁସ୍ଥ ଅଛି ଏବେ ମୁଁ ମୋ ଝିଅ ଓ ତା ପିଲାକୁ ଛାଡି ପାରିବି ହିଁ ବୋଲି ନିଜ ଜୁଆଇଁ ରିଙ୍କୁକୁ କହିଥିଲା I ତାପରେ ରିଙ୍କୁ ଶଶୁର ଘରେ ଖାଇ ସାରି ନିଜ ଗାଁ ଜମ୍ବୁଗୁଡା ଗାଁକୁ ଚାଲି ଯାଇଥିଲା I ରିଙ୍କୁ ନିଜ ଗାଁକୁ ଯାଇ କିଛି ଘଣ୍ଟାପରେ ନିଜ ଘରେ କେହି ନଥିବାର ଦେଖି ରସି ମଧ୍ୟମରେ ଆତ୍ମହତ୍ୟା କରିଥିବା ଗାଁ ଲୋକେ ଜାଣିଥିଲେ I ଉକ୍ତ ବିଷୟକୁ ନେଇ ମୃତ୍ୟୁ ହୋଇଥିବା ବ୍ୟକ୍ତି ରିଙ୍କୁଙ୍କ ବାପା ବନ୍ଧୁଗାଁ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ I ଉକ୍ତ ବିଷୟକୁ ଭିତ୍ତିକରୀ ବନ୍ଧୁଗାଁ  ଏ. ଏସ. ଆଇ. ଶ୍ରୀ ସାଧୁରାଜ ଇୟୁଡ଼ି  କେଶ ନମ୍ବର ୩ /୨୩ ରେ କେଶ୍ ରୁଜୁ କରି ଘଟଣା ସ୍ତଳକୁ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ କରି ପରିବାର ଵର୍ଗଙ୍କୁ ହସ୍ଥାନ୍ତ୍ରର  କରା ଯାଇଥିବାର ଶ୍ରୀ ସାଧୁ ରାଜ ସୂଚନା ଦେଇଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

masiha

କାଠ ଜବତ , ୨ ଗିରଫ

Sunil Chandra Nayak

ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର, ଥାନାରେ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!