ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରି ବାଇକକୁ ସ୍କ୍ର।ପ କରି ଚାଲାଣ କରୁଥିବା ଅଭିଯୋଗର ଜଣେ ଗିରଫ

ଜୁନାଗଡ଼,୫/୪( ମ ନି ସ)  ଜୁନାଗଡ଼ ସହରର ଗନ୍ତାୟତ ପଡାରେ ଥିବା ରାଜୁ ଅଲ୍ଲୀ ନାମକ ସ୍କ୍ର।ପ୍ଟ ବ୍ୟବସାୟୀ ଚୋରି ମୋଟରସାଇକଲକୁ କାଟି ବାହାରକୁ ବିକ୍ରି ପାଇଁ ଯୋଜନା କରୁଥିବାବେଳେ ପୋଲିସ ସୂଚନପାଇ ତାଙ୍କୁ ଗିରଫ କରିଥିଲା।ସେ ଗ୍ୟାସ କଟର ସାହାଯ୍ୟରେ ଇଞ୍ଜିନ, ବଡି ଓ ଅନ୍ୟସବୁ ଅଂଶକୁ କାଟି ରଖିଥିବା ଜଣାପଡିବା ସହ ବ୍ୟବସାୟୀ ପାଖରୁ ୮ଏମ୍ସି,୧୫ ଇଞ୍ଜିନ, ୩୨ ସାଇଲେନ୍ସର ପାଇପ,ହାଇଉଏ ଡିଭାଇଡ଼ର, ମୋଟର ପମ୍ପ ଜବତ କରାଯାଇଛି। ରାଜୁ ଅଲ୍ଲୀ ଦୀର୍ଘଦିନରୁ ଏହି କାରବାରରେ ସଂଶ୍ଲିଷ୍ଟ ରହିଥିବା ଜଣାପଡିଥିଲା।ଏସଂକ୍ରାନ୍ତରେ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହେବାସହ ପୋଲିସ ଅଭିଯୁକ୍ତ ରାଜୁ ଅଲ୍ଲୀ କୁ ସ୍ଥାନୀୟ କୋର୍ଟ ଚାଲାଣ କରିଥିବା ବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଧର୍ମଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

୫୫ କିଲୋ ଗଞ୍ଜେଇ ଜବତ କଲା ପୋଲିସ , ଗାଡି ଛାଡି ଜଙ୍ଗଲ ଭିତରକୁ ଅଭିଯୁକ୍ତ ଫେରାର 

Sunil Chandra Nayak

କେସିଙ୍ଗା ସହର ର ଡକାୟତି ଘଟଣା, ଜଣେ ମହିଲା ସମେତ ୭ ଗିରଫ

Sunil Chandra Nayak

ମୁଣ୍ଡାଠାକୁରା ଶିବ ମନ୍ଦିରରେ କଳା କନା ଵୁଲେଇଲେ ଦୁବୃର୍ତ୍ତ 

masiha

Leave a Comment

error: Content is protected !!